Latest Odisha News

BREAKING NEWS

ମଙ୍ଗଳରେ ସଫଳ ଅବତରଣ କଲା ନାସାର ପରସିଭେରାନ୍ସ ରୋଭର, ପଠାଇଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଇତିହାସ ରଚିଲା ଆମେରିକାର ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସା । ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର । ଗତକାଲି ବିଳମ୍ବିତ ରାତିରେ ନିଜର ମାର୍ସ ପରସିଭେରାନ୍ସ ରୋଭରକୁ ଜେଜେରୋ କ୍ରେଟରରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରାଇଛି ନାସା ।

ଜେଜେରୋ କ୍ରେଟରର ଅବତରଣ ସ୍ଥାନ ଉପରେ ରୋଭର ପ୍ରଥମ ଫଟୋ ପଠାଇଛି । ଛାଇକୁ ଫଟୋ ମାଧ୍ୟମରେ ପଠାଇଛି ରୋଭର୍ । ପରସିଭେରାନ୍ସ ରୋଭରରେ ୨୩ଟି କ୍ୟାମେରା ଖଞ୍ଜାଯାଇଛି ।

ଲ୍ୟାଣ୍ଡିଂ ସମୟରେ ସମସ୍ତ ମୁହୁର୍ତ୍ତକୁ ଭିଡିଓ ଏବଂ ଅଡିଓ ସହ ରେକର୍ଡ କରାଯାଇଛି । ରୋଭର ଦୁଇବର୍ଷ ପର୍ଯ୍ୟନ୍ତ ଜେଜେରୋ କ୍ରେଟର ପରିକ୍ରମା କରିବ । ମଙ୍ଗଳ ଗ୍ରହରେ ଥିବା ହ୍ରଦର ତଳ ଭାଗକୁ ଜେଜେରୋ କ୍ରେଟର କୁହାଯାଇଥାଏ । ମଙ୍ଗଳରେ ପୁରାତନ ଜୀବସତ୍ତାର ସନ୍ଧାନ କରିବା ଏହି ମିଶନର ଉଦ୍ଦେଶ୍ୟ ।

ଗତ ଜୁଲାଇରେ ମଙ୍ଗଳ ଗ୍ରହ ଅଭିମୁଖେ ଯାତ୍ରା କରିଥିଲା ପରସିଭେରାନ୍ସ ରୋଭର । ଲ୍ୟାଣ୍ଡିଂର ଶେଷ ସାତ ମିନିଟ ଉପରେ ବୈଜ୍ଞାନିକଙ୍କ ନଜର ରହିଥିଲା । ମଙ୍ଗଳ ଗ୍ରହରେ ସବୁଠୁ ବେଶୀ ରୋଭର ପହଁଚାଇବାରେ ଆମେରିକା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ।

Leave A Reply

Your email address will not be published.