Latest Odisha News

BREAKING NEWS

ବୁଲିବାକୁ ଆସି ଫେରିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ କଲେଜ ଛାତ୍ର ମୃତ

ବ୍ରହ୍ମପୁର: ବୁଲିବାକୁ ଆସି ଫେରିବା ବେଳେ ଅଘଟଣ । କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ଜଣେ କଲେଜ ଛାତ୍ରଙ୍କ ଜୀବନ । ଦୁର୍ଘଟଣାରେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଅଗସ୍ତି ନୂଆଗାଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅୁନସାରେ, ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୬ ଜଣ ଛାତ୍ର ରବିବାର ଗୋପାଳପୁରକୁ ଏକ କାରରେ ବୁଲିବାକୁ ଆସିଥିଲେ । ଆଜି ସକାଳେ ଭୁବନେଶ୍ୱର ଫେରୁଥିବା ବେଳେ ଅଗସ୍ତି ନୂଆଗାଁ ଛକ ନିକଟରେ କାରଟି ଡିଭାଇଡରରେ ପିଟି ହୋଇ ଏକ ଟ୍ରକକୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଜଣେ ଛାତ୍ର ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ ସରକାର, କୁମାର ଜନ୍ମଜୟ । ଗଞ୍ଜାମ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.