Latest Odisha News

ଖାଲି ହକିରେ ନୁହେଁ କ୍ରିକେଟରେ ବି ସିଦ୍ଧହସ୍ତ ହେଲେ ଥିଲେ ଏହି କ୍ରୀଡା ଯାଦୁଗର

ପୁରୀ: ଭାରତୀୟ କ୍ରୀଡାର ମହାରଥୀ ମେଜର ଧ୍ୟାନଚାନ୍ଦଙ୍କୁ କିଏ ବା ନ ଜାଣେ । ପ୍ରତିକୂଳ ପରିସ୍ଥିତିରେ ବିଶ୍ୱ ଦରବାରେ ସେ ଭାରତକୁ କ୍ରୀଡା ଏବଂ ହକି ମାଧ୍ୟମରେ ପରିଚିତ କରିଥିଲେ । ଆଜି ତାଙ୍କ ଜନ୍ମ ଏବଂ କ୍ରୀଡା ଦିବସ ଅବସରରେ ଆମେ ହକି ବ୍ୟତୀତ ତାଙ୍କ କ୍ରିକେଟ ଦକ୍ଷତା ଉପରେ ଆଲୋଚନା କରିବା । ୧୯୬୧ ମେ ମାସର ଘଟଣା.. ରାଜସ୍ଥାନର ମାଂଉଟ ଆବୁରେ ଧ୍ୟାନଚାନ୍ଦ ଯେଉଁଠାରେ ଖେଳାଳିମାନଙ୍କୁ ହକି ପ୍ରଶିକ୍ଷଣ ଦେଉଥିଲେ ଠିକ ତାର ପାଖରେ ଆଉ ଏକ ପଡିଆରେ କ୍ରିକେଟ ଟ୍ରେନିଂ କ୍ୟାମ୍ପ ଚାଲିଥିଲା । ତାଙ୍କ କୋଚ ଆସି ଧ୍ୟାନଚାନ୍ଦଙ୍କୁ ପଚାରିଥିଲେ ତୁମେ କ୍ରିକେଟ ଖେଳ ? ସେ ହସି କରି କହିଥିଲେ ହଁ । ସେ ସଙ୍ଗେ ସଙ୍ଗେ ତାଙ୍କ ହାତରେ ବ୍ୟାଟ ଧରାଇ ଦେଇଥିଲେ ଏବଂ କହିଥିଲେ ଆମ ବୋଲରଙ୍କୁ ସାମ୍ନା କର । ଗ୍ଲୋଭସ ଓ ପ୍ୟାଡ ପିନ୍ଧିବାକୁ ମନା କରି ଧ୍ୟାନଚାନ୍ଦ ଚାଲିଲେ ବ୍ୟାଟିଂ କରିବାକୁ.. । ବହୁତ ବୁଝାଇଲା ପରେ ସେ କହିଥିଲେ ବଲ ବାଜିବନି, ବ୍ୟସ୍ତ ହୁଅନି ।

ଆଶ୍ଚର୍ଯ୍ୟଜନକ ଭାବେ ବ୍ୟାଟିଂ କରିଥିଲେ ଧ୍ୟାନଚାନ୍ଦ । ୫୦ରୁ ୬୦ ବଲ ଖେଳିବା ସହ ସେ ଅଫ ଏବଂ ଅନ ସାଇଡରେ ଭଲ ଶଟ ମାରିଥିଲେ । ତାଙ୍କ ବ୍ୟାଟିଂ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । କିଛି ସମୟ ପରେ ସେ ବ୍ୟାଟ ଫେରାଇଥିଲେ । ଜଣେ ଖେଳାଳି ପ୍ରଶ୍ନ କରିଥିଲେ ଆମ ୱିକେଟକିପର ହାତକୁ ଗୋଟିଏ ବି ବଲ ଆସିଲା ନାହିଁ । ସେ ହସି କରି କହିଥିଲେ, ୨ ଇଂଚ ଚୌଡା ଷ୍ଟିକରେ ବଲକୁ ଛାଡେନି…ଇଏତ ୮ ଇଂଚ ଚୌଡାର ବ୍ୟାଟ । ବଲ କିପରି ଖସିବ । ଏହି ମହାନ ଖେଳାଳିଙ୍କ ଆଉ ଏକ ଦକ୍ଷତା ଯୁବ ଖେଳାଳିମାନଙ୍କୁ ବିସ୍ମିତ କରିଥିଲା । ସେମାନେ କଥା ହୋଇଥିଲେ ତାଙ୍କୁ ଯଦି ସୁଯୋଗ ମିଳିଥାନ୍ତା ତାହାହେଲେ ସେ ଜଣେ ଭଲ କ୍ରିକେଟ ଖେଳାଳି ହୋଇଥାନ୍ତେ । କିନ୍ତୁ ଧ୍ୟାନଚାନ୍ଦଙ୍କ ଧ୍ୟାନ କେବଳ ଥିଲା ହକି ଉପରେ । ଆଉ ଏବେ ବି ଏହା ସମଗ୍ର ଭାରତବାସୀଙ୍କ ପାଇଁ ଗର୍ବ, ଗୌରବ ବିଷୟ ହୋଇ ରହିଛି ।

Leave A Reply

Your email address will not be published.