Latest Odisha News

BREAKING NEWS

SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପରେ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ଘୁ.ଉଦୟଗିରି IICଙ୍କ ବଦଳି

ବାଲିଗୁଡ଼ା: ବଦଳିଲେ ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବର । ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ଘୁ.ଉଦୟଗିରି ଥାନା ଆଇଆଇସିଙ୍କୁ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏଥିସହ ଟିକାବାଲି ଥାନା ଅଧିକାରୀଙ୍କୁ ଘୁ.ଉଦୟଗିରି ଥାନା ଦାୟିତ୍ୱ ଦିଆଯାଇଛି ।

ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀ ରେବତୀ ଶବରଙ୍କ ହାତ ଥିବା ସ୍ୱାଗତିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଥାନା ଆଗରେ ରବିବାର ଦିନ ସାରା ଧାରଣା ଦେବା ପରେ ତଦନ୍ତ ପ୍ରତିଶ୍ରୁତି ଦେଇଥିଲେ ଏସପି । ଜଣେ ଡିଏସପି ପାହ୍ୟାର ଅଧିକାରୀ ତଦନ୍ତ କରିବା ସହ ଆଇଆଇସିଙ୍କ ବଦଳି ନେଇ ଏସପି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଧାରଣାରୁ ହଟିଥିଲେ ।

କିନ୍ତୁ ପୋଲିସ ନେଇଥିବା ପଦକ୍ଷେପରେ ସ୍ୱାଗତିକାଙ୍କ ପରିବାର ଲୋକ ସନ୍ତୁଷ୍ଟ ନଥିବା ତାଙ୍କ ଭାଇ କହିଛନ୍ତି । ତେବେ ଆଇଆଇସି ରେବତୀ ଶବର, ସ୍ୱାଗତିକାଙ୍କ ଉପରେ କିଭଳି ମାନସିକ ଚାପ ପ୍ରୟୋଗ କରୁଥିଲେ । ଯାହା ଫଳରେ ସ୍ୱାଗତିକା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ । ତାହା ଏବେ ବି ପ୍ରଶ୍ନ ହୋଇ ରହିଛି ।

Leave A Reply

Your email address will not be published.