Latest Odisha News

ସିଲ୍ ହେଲା ଦିଲ୍ଲୀ ସିଆର୍‌ପିଏଫ୍ ହେଡକ୍ୱାର୍ଟର

ନୂଆଦିଲ୍ଲୀ: କରୋନା କବଳରେ ସୁରକ୍ଷାବାହିନୀ । ସେଂଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ରବିବାର ସିଆର୍‌ପିଏଫ୍ ମୁଖ୍ୟାଳୟକୁ ସିଲ୍ କରାଯାଇଛି ।

ଏଥିସହ ସିଆର୍‌ପିଏଫ୍‌ର ସମ୍ପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ବିଲ୍ଡିଂ ଭିତରକୁ ପ୍ରବେଶ ମନା ହୋଇଛି । ଏଥିସହ ସିଆର୍‌ପିଏଫ୍ ଏଡିଜି ଏବଂ ଅନ୍ୟ ୧୦ଜଣ ଅଧିକାରୀ ନିଜକୁ କ୍ୱାରେଂଟିନ୍ କରିଛନ୍ତି ।

ଏହା ପୂର୍ବରୁ ୧୩୬ ସିଆର୍‌ପିଏଫ୍ କର୍ମଚାରୀ ଏବଂ୧୭ ବିଏସ୍‌ଏଫ୍ କର୍ମଚାରୀ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀର ମୟୂର ବିହାର ଫେଜ୍-୩ ଅଞ୍ଚଳରେ ଅବସ୍ଥିତ ସିଆର୍‌ପିଏଫ୍‌ର ୩୧ତମ ବାଟାଲିୟନରୁ ୧୩୫ ସିଆର୍‌ପିଏଫ୍ କର୍ମଚାରୀ ଏବଂ ଜଣେ ଯବାନ ଦିଲ୍ଲୀର ୨୪୬ ତମ ବାଟାଲିୟନର । ଗତ କିଛି ଦିନ ମଧ୍ୟରେ ବହୁ ସଂଖ୍ୟକ କରୋନା ଭାଇରସ୍ ସଂସ୍ପର୍ଶରେ ଆସିବା ପରେ ୩୧ ତମ ବାଟାଲିୟନ ପରିସରକୁ ମଧ୍ୟ ସିଲ୍ କରାଯାଇଛି ।

Leave A Reply

Your email address will not be published.