Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୧୩ ମୃତ, ୧୫ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଏକ ଗାଁର ହୋଇଥିବା ବେଳେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଗତ ରାତିରେ ବରଯାତ୍ରୀଙ୍କୁ ଧରି ଗାଡ଼ି ମୋତିପୁରାରୁ କୁଲାମପୁର ଅଭିମୁଖେ ଯାଉଥିଲା। ଏହି ବରଯାତ୍ରୀରେ ଏକ ଟ୍ରାକ୍ଟର ଯାଉଥିବା ବେଳେ ସେଥିରେ ପାଖାପାଖି ୩୦ ରୁ ୪୦ ଲୋକ ଥିଲେ। ଟ୍ରାକ୍ଟରଟି ଯାଉଥିବା ବେଳେ ହଠାତ୍‌ ରାଜଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସମସ୍ତ ମୃତାହତ ରାଜସ୍ଥାନ ମୋତିପୁରା ଗାଁର ହୋଇଥିବା ସୂଚନା ରହିଛି।

ତେବେ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଟି ଛୁଆ ବି ଅଛନ୍ତି। ୧୫ ଜଣରୁ ଅଧିକ ବରଯାତ୍ରୀ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି। ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛଦ ନିମନ୍ତେ ପଠାଯାଇଛି।

Comments are closed.