Latest Odisha News

BREAKING NEWS

ତପ୍ତପାଣି ଘାଟିରୁ ପୁଣି ଖସିଲା ଟ୍ରକ; ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ପୁଣି ଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ହେଲପରଙ୍କ ମୃତ୍ୟୁ ହୋଇଛି। କାଳିବୋରେଇ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ଗଜପତିରୁ ଏକ ମକା ବୋଝେଇ ଟ୍ରକ ଗଂଜାମ ଆସୁଥିଲା। ଟ୍ରକଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିବା ବେଳେ ସ୍ଥାନୀୟ ଲୋକ ଏହାର ଡ୍ରାଇଭର ଏବଂ ହେଲପରଙ୍କୁ ଉଦ୍ଧାର କରିଥିଲେ।

ପରେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟଲୋକେ।

Leave A Reply

Your email address will not be published.