Latest Odisha News

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣିତ ଅଧ୍ୟାପକଙ୍କ ଘରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭଯୋଗରେ ଜଣେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ଡକ୍ଟର ପ୍ରସନ୍ନ କୁମାର ମିଶ୍ର । ସେ ଘାଟିକିଆରେ ଥିବା କଲେଜ ଅଫ୍ ଇଞ୍ଜିନିୟିରିଂ ଆଣ୍ଡ ଟେକ୍ନୋଲୋଜିରେ (ସିଇଟି) ଗଣିତ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ଆଜି ସକାଳୁ ତାଙ୍କ ଖଣ୍ଡଗିରି ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଛି । ଭୁବେନଶ୍ୱର ଖଣ୍ଡଗିରିେବାରିରେ ଥିବା ଚାରି ମହଲା  କୋଠା, ନିର୍ମାଣାଧୀନ ଘର ସମେତ ଖୋର୍ଦ୍ଧା ଜିଲ୍ଲା କାଳୁପଡ଼ାଘାଟ ପୈତୃକ ବାସଭବନ ଓ ସେ କାମ କରୁଥିବା କଲେଜକୁ ମିଶାଇ ଏକକଳାନୀ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି ।

ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ନେଇ ପ୍ରସନ୍ନ ମିଶ୍ରଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ସୁନା ଗହଣା, ଗାଡି ଓ ବ୍ୟାଙ୍କ ଆକାଣ୍ଟକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

Leave A Reply

Your email address will not be published.