Latest Odisha News

BREAKING NEWS

ଖୁସି ଖବର: ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଏହି ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ

ଓ୍ୱାଶିଂଟନ୍: ସାରା ଦୁନିଆରେ କରୋନା ସ୍ଥିତି ଅସମ୍ଭାଳ । ଆମେରିକା ତ୍ରାହି ତ୍ରାହି ଡାକୁଛି । ଏଭଳି ସଂକଟ ଭିତରେ ପୁଣି ଥରେ ଟିକା ନେଇ ସାମନାକୁ ଆସିଛି ଖୁସି ଖବର । ଖୁବଶୀଘ୍ର ଆମେରିକାରେ କରୋନା ଭାଇରସ୍ ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆମେରିକାରେ କୋଭିଡ -୧୯ ଟିକାକରଣ କାର୍ଯ୍ୟକ୍ରମ ଡିସେମ୍ବର ୧୧ କିମ୍ବା ୧୨ ତାରିଖରୁ ଆରମ୍ଭ ହୋଇପାରେ ।

ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଓ ଏହାର ଜର୍ମାନ ସହଯୋଗୀ ବାୟୋଏନଟେକ୍ କରୋନା ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଆମେରିକାର ଏଫଡିଏକୁ ଅନୁମତି ମାଗିଛନ୍ତି । ଆସନ୍ତା ୧୦ ତାରିଖରେ ଭ୍ୟାକସିନ୍ ସମ୍ପର୍କିତ କମିଟିର ବୈଠକ ବସିବ ।
ଆମେରିକାରେ କରୋନା ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ମୋନସେଫ ସ୍ଲାଉ କହିଛନ୍ତି, ଅନୁମୋଦନ ହେବାର ୨୪ ଘଣ୍ଟା ମଧ୍ୟରେ ଟିକାକରଣ ପ୍ରୋଗ୍ରାମ ସାଇଟକୁ ଟିକା ଆଣିବାକୁ ଯୋଜନା କରାଯାଇଛି । ମଞ୍ଜୁରୀ ମିଳିବାର ଦୁଇ ଦିନ ଅର୍ଥାତ୍ ଡିସେମ୍ବର ୧୧ କିମ୍ବା ୧୨ ତାରିଖରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଆମେରିକୀୟ କମ୍ପାନୀ ଫାଇଜର୍ ଓ ବାୟୋଏନଟେକ୍ ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି ତୃତୀୟ ପର୍ୟ୍ୟାୟ ପରୀକ୍ଷଣରେ କହିଥିଲା କମ୍ପାନୀ । ଆମେରିକାରେ ଏଣିକି ଦୈନିକ ପାଖାପାଖି ଦୁଇ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ୨୦ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି ମହାମାରୀ । ଏଭଳି ସ୍ଥିତିରେ କେବେ ଆସିବ ଟିକା ତାକୁ ଅପେକ୍ଷା କରିଛି ସାରା ବିଶ୍ୱ ।

Leave A Reply

Your email address will not be published.