Latest Odisha News

BREAKING NEWS

‘ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ହୋଇପାରେ ଗୋଷ୍ଠୀ ସଂକ୍ରମଣ’

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ଏଥିରୁ ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ। ତେଣୁ ପୂର୍ବଭଳି କଟକଣା ଜାରି ରହିବା ସହ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌ କରାଯାଉ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ।

କରୋନା ସଂକ୍ରମଣକୁ ନେଇ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ, ଅଫିସ ଗୁଡିକରେ କାମକୁ ଦୁଇଟି ସିଫ୍ଟରେ ଅଳ୍ପ ଲୋକ ବ୍ୟବହାର କରି କରାଯିବା ଆବଶ୍ୟକତା ରହିଛି । ବସ୍ତିରେ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ ଏଥିପ୍ରତି ବିଶେଷ ନଜର ଦେବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଏହା ସହ ଜୁଲାଇ କିଂବା କେଉଁ ମାସରେ କରୋନା ପିକ୍ ସମୟ ହେବ ଏହା ବି କହିବା ମୁସ୍କିଲ୍ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବହୁମାତ୍ରାରେ କି କମ୍‌ମାତ୍ରାରେ ଗୋଷ୍ଠୀ ସଂକ୍ରମଣ ହେଲେଣି, ତାହା ଆମେ ଦେଖିବା କଥା। ଦିଲ୍ଲୀ, ମୁମ୍ବାଇର ଧରାବି ସମେତ ଭାରତର ଅନେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହେଲାଣି। ତାହା ମନା କଲେ ବି ଗ୍ରହଣଯୋଗ୍ୟ ନୁହେଁ। ଗଲା ୩ ଦିନ ମଧ୍ୟରେ ୫୦ରୁ ୬୦ ଲୋକାଲ କେଶ ବାହାରିଛନ୍ତି, ଯଦି ଏସବୁ କଣ୍ଟାକ୍ଟ ଟ୍ରେସ କରିବା ସମ୍ଭବ କି?  ତେବେ ଏହା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିବା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେଥିପାଇଁ ଆଗକୁ ପ୍ରତି ଶନିବାର, ରବିବାର ସଟ୍‌ଡାଉନ୍ ହେବା ଦରକାର ବୋଲି ସେ କହିଛନ୍ତି।

Leave A Reply

Your email address will not be published.