କଟକ: ବାରଙ୍ଗ ନିକଟ ତ୍ରିଶୂଳିଆରେ ନେତାଜୀ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଉପରେ ମାଡ଼ି ଗଲା ବାଲି ବୋଝେଇ ହାଇଓ୍ୱା । ଏଥିରେ କାରରେ ଥିବା ଡ୍ରାଇଭର ଅ ଅନ୍ୟ ଜଣେ ଆହତ ହୋଇଛନ୍ତି । କାର୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କାରଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିଲା । ଏତିକିବେଳେ ବାଲି ବୋଝେଇ ହାଇୱାଟି ସିଡିଏ ପଟୁ ତ୍ରିଶୂଳିଆ ଆସୁଥିଲା । ହଠାତ୍ ଭାରସାମ୍ୟ ହରାଇ କାର୍କୁ ଚାପି ଦେଇଥିଲା ହାଇୱା । କାରଟି ଭାଙ୍ଗିରୁଜି ଚୁରମାର ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed.