ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଆକାଉଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ । ସେ ହେଉଛନ୍ତି ନବରଙ୍ଗପୁର ଆରଡବ୍ଲୁଏସଏସ ଅଫିସର ଆକାଉଣ୍ଟାଣ୍ଟ ସୁମିତ କୁମାର। ଏକ କାମର ଏଗ୍ରିମେଣ୍ଟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଲାଞ୍ଚ ଟଙ୍କା ବି ଜବତ ହୋଇଛି। ଏହାପରେ ସୁମିତଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ନବରଙ୍ଗପୁରରେ ସୁମିତ କୁମାରଙ୍କ ଘର ଓ ଅଫିସରେ ରେଡ୍ ଚାଲିଛି।
ଭିଜିଲାନ୍ସର ଦୁଇଟି ଟିମ ଯାଞ୍ଚ ଚଳାଇଛନ୍ତି। ଏହି ଟିମରେ ଦୁଇ ଜଣ ଡିଏସପି, ଦୁଇ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।
Comments are closed.