Latest Odisha News

BREAKING NEWS

ଝରାଫୁଲ ମୃତ୍ୟୁ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ ସ୍ୱାଇଁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ତିନି ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । ଏ ନେଇ ଆଜି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ୫ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା ।

ରାକେଶକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରାଯିବ । ଆବଶ୍ୟକ ପଡିଲେ ସେଦିନ କଣ ଘଟିଥିଲା ତାର ସିନ୍ କ୍ରିଏଟ୍ କରାଯିବ । ରିମାଣ୍ଡରେ ପଚରାଉଚରା ପରେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ଆଶା ରହିଛି ।

ଗତ ୨୭ ତାରିଖରେ ରାକେଶ ତାର ଅନ୍ୟ ଜଣେ ସାଙ୍ଗ ସହ ଝରାଫୁଲର ମୃତଦେହକୁ ସ୍କୁଟିରେ ନେଇ ଯାଜପୁର କୁଆଖିଆ ଅଂଚଳରେ ଫୋପାଡି ଚାଲି ଆସିଥିଲା । ପରେ ସିସିଟିଭି ଯାଞ୍ଚ କରି ରାକେଶକୁ ସନ୍ଦେହ କରିଥିଲେ ପରିବାର ଲୋକେ । ଏହା ପରେ ଭୁବନେଶ୍ୱରରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ରାକେଶ । ତେବେ ସେ ଝରାଫୁଲକୁ ହତ୍ୟା କରି ନ ଥିଲା, ତାର ଫୁଡ୍ ପଏଜନିଂ କାରଣରୁ ମୃତ୍ୟୁ ହୋଇଥିବା କହିଥିଲା । କିନ୍ତୁ ପ୍ରଶ୍ନ ଉଠିଥିଲା ଝରାଫୁଲ ଓ ରାକେଶ ସମାନ ଖାଇବା ଖାଇଥିବା ବେଳେ ଝରାପୁଲର ଫୁଡ ପଏଜନିଂ ହେଲା ଆଉ ରାକେଶର କିଛି ହୋଇ ନ ଥିଲା କିପରି ? ଏ ନେଇ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ।

Leave A Reply

Your email address will not be published.