Latest Odisha News

BREAKING NEWS

ଭଁସାଲୀଙ୍କ ଫିଲ୍ମରେ ସଲମାନଙ୍କ ସ୍ଥାନରେ ଶାହାରୁଖ ଅଭିନୟ କରିବେ !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ଅପେକ୍ଷା କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କ ପ୍ରିୟ ହିରୋ ସଲମାନ ଖାଁଙ୍କୁ ନେଇ ଇନସାଆଲ୍ଲାହ ନାମକ ଫିଲ୍ମ କରିବା ପାଇଁ ପ୍ରସ୍ତୁତି ସାରିଥିଲେ । ଏଥିପାଇଁ ହିରୋଇନ ଭାବେ ଆଲିୟା ଭଟ୍ଟଙ୍କୁ ମଧ୍ୟ ସାଇନ କରାଯାଇଥିଲା । ଶେଷ ମୂହର୍ତରେ ସଲମାନ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ । କୋଇମୋଇ ଓ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଭଁସାଲୀ ସଲମାନଙ୍କ ବଦଳରେ ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ଏହି ଫିଲ୍ମରେ ନେବା ପାଇଁ ଚିନ୍ତା କରୁଛନ୍ତି ।

ଇନସଆଲ୍ଲାହ ଫିଲ୍ମର ହିରୋର ବୟସ ୫୦ରୁ ଊର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ । ଏହା ବିଚାରକୁ ନେଲେ ଶାହାରୁଖ ଆଗରେ ରହୁଛନ୍ତି । ମାତ୍ର ଶାହାରୁଖ-ଆଲିୟାଙ୍କ ଯୋଡିଙ୍କୁ ଡିୟର ଜିନ୍ଦେଗୀରେ ଦର୍ଶକମାନେ ପସନ୍ଦ କରି ନ ଥିଲ । ଭଁସାଲୀ କିମ୍ବା ଶାହାରୁଖଙ୍କ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ ।

Leave A Reply

Your email address will not be published.