Latest Odisha News

BREAKING NEWS

ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ, ୧୦ ମହିଳା ସମେତ ୭୦ ଜଣ ଗିରଫ

ପଟିଆଲା: ପଟିଆଲା ବନୁଡର ଏକ ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ ଅଡ୍ଡାର ପର୍ଦାଫାଶ ହୋଇଛି । ସେଠାରୁ ୧୦ ମହିଳାଙ୍କ ସମେତ ୭୦ ଜଣଙ୍କୁ ଗିରଫ କରାଯାଇଛି । ଅର୍ଗାନାଇଜ୍ଡ କ୍ରାଇମ କଣ୍ଟ୍ରୋଲ ୟୁନିଟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାଲେସ୍ ମାଲିକ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଜୁଆ, ମନପସନ୍ଦ ଭୋଜନ ସହ ମହିଳାଙ୍କ ଦ୍ୱାରା ଦେହ ବ୍ୟବସାୟ କରୁଥିଲା । 

ଏସପି କହିଛନ୍ତି, ଗିରଫ ମହିଳା କେଉଁଠାରୁ ଆସିଛନ୍ତି ତାହା ଜଣାପଡିନାହିଁ । ଘଟଣାର ତଦନ୍ତ ଜାରି ରହିଛି । ତେବେ ଏହି ମହିଳାଙ୍କୁ ଋଷ, ନାଗଲ୍ୟାଣ୍ଡ ଓ ନେପାଳରୁ ପଞ୍ଜାବକୁ ଅଣାଯାଇଛି ବୋଲି ଜଣାପଡିଛି ।

ଯାଞ୍ଚ ଟିମରେ ପାଖାପାଖି ୪୦ ଅଧିକାରୀ ଓ ପୋଲିସକର୍ମୀ ଅଛନ୍ତି । ଏହି ପ୍ୟାଲେସ ବନୁଡ ଥାନାରୁ ପାଖାପାଖି ଦେଢ଼ କିଲୋମିଟର ଦୂରରେ ରହିଛି । ସପ୍ତାହକୁ ୩ ଦିନ ଏଠାରେ ଗୋରଖ ଧନ୍ଦା ଚାଲୁଥିଲା । 

ଚଢ଼ାଉ ବେଳେ ଜୁଆ ଅଡ୍ଡାରୁ ପୋଲିସ ୮ କୋଟି ଟଙ୍କାର କାରବାରର ଖୁଲାସା କରିଛି । ପ୍ୟାଲେସ ସିଲ କରାଯାଇଛି । ଗହନତାର ସହ ସବୁ ରେକର୍ଡ ଯାଞ୍ଚ ହେଉଛି । 

Leave A Reply

Your email address will not be published.