Latest Odisha News

BREAKING NEWS

ଫେବ୍ରୁଆରୀ ୧୦ ଯାଏଁ ବଢ଼ିଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟସୀମାକୁ ଆସନ୍ତା ୧୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଫେବ୍ରୁଆରୀ ୨ ତାରିଖ ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା ।

ଆସନ୍ତା ମେ ୩ରୁ ୧୫ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ।ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ନିଜ ସ୍କୁଲରେ ଦେବେ । ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ଦେବେ । ସେଥିମଧ୍ୟରେ ୫୦ ନମ୍ବର ଅବଜେକଟିଭ୍ ଓ ୩୦ ନମ୍ବର ସବଜେକଟିଭ୍ ରହିବ ।

Leave A Reply

Your email address will not be published.