Latest Odisha News

BREAKING NEWS

ଅର୍ଥନୀତିରେ ମିଳିତ ଭାବେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ୨୦୨୪ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରିଛି।

ଏହି ନୋବେଲ ପୁରସ୍କାର ଚଳିତ ଥର ୩ ଜଣ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବରେ ପ୍ରଦାନ କରାଯାଉଛି। ସେମାନେ ହେଲେ- ଡେରାନ୍ ଆସେମୋଗ୍ଲୋ, ସାଇମନ୍ ଜନସନ ଏବଂ ଜେମ୍ସ ଏ ରବିନସନ।

ରାଷ୍ଟ୍ରମାନଙ୍କ ମଧ୍ୟରେ ସମୃଦ୍ଧିର ପାର୍ଥକ୍ୟ ଉପରେ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସେସ୍ ର ନୋବେଲ କମିଟି କହିଛନ୍ତି ଯେ ଏହି ତିନି ଅର୍ଥନୀତିଜ୍ଞ ଦେଶର ସମୃଦ୍ଧି ପାଇଁ ସାମାଜିକ ଅନୁଷ୍ଠାନଗୁଡ଼ିକର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

 

Leave A Reply

Your email address will not be published.