Latest Odisha News

BREAKING NEWS

୪୦ହଜାରରୁ କମ୍ ମୂଲ୍ୟରେ Acer ଆଣିଲା ଲାଇଟଓ୍ବେଟ୍ ପାଓ୍ବାରଫୁଲ ଲାପଟପ୍

ନୂଆଦିଲ୍ଲୀ: ଲାପଟପ୍‌ ନିର୍ମାତା କମ୍ପାନୀ ଏସର(Acer) ଭାରତରେ ନିଜର TravelLite Business ସିରିଜରେ ଏକ ନୂଆ ଲାପଟପ୍‌ ‘TL15-53M’କୁ ଲଞ୍ଚ କରିଛି । ଯାହାକି ଏହି ସିରିଜର ପ୍ରଥମ ୧୫.୬ ଇଞ୍ଚ (୩୯.୬ସେମି) ଲାପଟପ୍‌ । ପ୍ରଫେସନାଲ୍ କାମ ପାଇଁ ଏହି ଲାପଟପ୍ ଭଲ । ଓଜନ ୧.୫୮ କେଜି ରହିଛି । ଏଥିରେ 13th Gen Intel Core processors ରହିଛି, Windows 11 ସହିତ ଅନେକ ଅତ୍ୟାଧୁନିକ ଫିଚର ମଧ୍ୟ ଆସିଛି ।

Acer TravelLite ଲାପଟପ୍ ସିଲଭର ରଙ୍ଗ ବିକଳ୍ପରେ ଉପଲବ୍ଧ ଏବଂ ଏହାର ମୂଲ୍ୟ ୩୯,୯୯୦ ରୁ ଆରମ୍ଭ ହେଉଛି । ଗ୍ରାହକ ଏହାକୁ ଏସର ଅନଲାଇନ ଷ୍ଟୋର ଓ ବାଣିଜ୍ୟିକ ଚ୍ୟାନେଲ ପାର୍ଟନରଙ୍କଠାରୁ କିଣିପାରିବେ ।

ଏଥିରେ ୧୫.୬ ଇଞ୍ଚ FHD IPS ଡିସପ୍ଲେ ଦିଆଯାଇଛି ଯେଉଁଥିରେ 1920×1080 ପିକ୍ସେଲ ରିଜୋଲ୍ୟୁସନ, 250 ନିଟ୍ସ ବ୍ରାଇଟନେସ୍‌ ଓ ଆଣ୍ଟି ଗ୍ଲେୟର କଟିଂ ସହିତ 180-ଡିଗ୍ରୀ ହିଞ୍ଜ ଦିଆଯାଇଛି ।

ଏହା ଏକ କମ୍‌ ବଜେଟ୍‌ରେ ଏକ ପାୱାରଫୁଲ ପ୍ରୋସେସର ଥିବା ଲାପଟପ୍‌ । 13th Gen Intel Core i3-100U, Core i5-120U ଓ Core i7-150U ପ୍ରୋସେସର ସହିତ ଉପଲବ୍ଧ । ଏଥିରେ Intel Iris Xe ଓ Intel UHD ଗ୍ରାଫିକ୍ସ ସପୋର୍ଟ ମିଳିଥାଏ ।ଏହି ମଡେଲ ସହିତ 55.2Whr ବ୍ୟାଟେରୀ ଦେଇଛି, ଯାହାକି 12ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍‌ ପ୍ରଦାନ କରୁଥିବା ଦାବି କରେ । ଏହାବ୍ୟତୀତ ଏହି ଡିଭାଇସ 65ୱାଟ୍‌ ଟାଇପ-ସି ଦ୍ରୁତ ଚାର୍ଜିଂକୁ ସପୋର୍ଟ କରିଥାଏ ।

OSକୁ ଦେଖିଲେ Windows 11 Home, Windows 11 Pro ଓ Linux ଅପସନ ଦିଆଯାଇଛି । ଏହି ନୂତନ ଏସର ଲାପଟପ୍ FHD ୱେବକ୍ୟାମ ଭଳି ଫିଚର ସହିତ ଆସିଥାଏ । ଭିଡିଓ କଲିଂ ଓ ମିଟିଂ ଲାଗି ଏଥିରେ HD କ୍ବାଲିଟିର ୱେବ୍‌ କ୍ୟାମେରା ଅଛି ଯାହା ଜବ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ଡିଜାଇନ ହୋଇଛି ।

ଏହି ଡିଭାଇସରେ 64GB ପର୍ଯ୍ୟନ୍ତ RAM ଓ 2TB ପର୍ଯ୍ୟନ୍ତ ଏସଏସଡି ଷ୍ଟୋରେଜ ଅପସନ ଦିଆଯାଇଛି ।

ଫିଙ୍ଗରପ୍ରିଣ୍ଟ ରିଡର (ଅପସନାଲ୍‌) ଅଛି ଯାହାକି ଲାପଟପ୍‌କୁ ଅଧିକ ସୁରକ୍ଷିତ କରୁଛି । ଏହି ଡିଭାଇସରେ ଇନ-ବିଲ୍ଟ Copilot ବଟନ୍‌ ରହିଛି, ଯାହାକି AI ଓ ପ୍ରଡକ୍ସନ ସହିତ ଜଡ଼ିତ ଟୁଲ୍‌ର ବ୍ୟବହାର କରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.