Latest Odisha News

ଶ୍ରୀନଅରରେ ସମ୍ପନ୍ନ ହେଲା ଗଜପତିଙ୍କ ଆଚାର୍ଯ୍ୟବରଣ ନୀତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ସରିଲା ଆଚାର୍ଯ୍ୟ ବରଣ । ଆଜି ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ସନ୍ଧ୍ୟା 6 ଟା ରୁ ରାତି 8 ଟା ମଧ୍ୟରେ ଅଙ୍କୁରରୋପଣ ହେବ । ଆସନ୍ତାକାଲି ଦିନ ୧୧ ଟାରୁ ରାତି ୮ ଟା ଯାଏଁ ଅଙ୍କୁର ପୂଜନ ହେବ । ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ ତାରିଖ ସକାଳ ସାଢ଼େ ୭ ଟାରୁ ୧ ଟା ମଧ୍ୟରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ଵାରା ବ୍ରାହ୍ମଣ ବରଣ ଓ ମଣ୍ଡଳପୂଜନ ହେବ ।

 

ଏହାସହ ଶ୍ରୀମନ୍ଦିର ଚାରିଦୁଆରରେ ଵେଦ ପାରାୟଣ ଓ ଅନ୍ତଃପ୍ରଦିକ୍ଷଣ ପଥରେ ନାମ ସଂକୀର୍ତ୍ତନ ହେବ । ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ । ୧୭ ତାରିଖ ବୁଧବାର ସକାଳ ୭ ଟା ରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରହ୍ନ ୧ ଟା ୧୫ ରୁ ୧ ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ। ଅପରାହ୍ନ ୩ ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ଶ୍ରଦ୍ଧାଳୁ ।

Comments are closed.