Latest Odisha News

BREAKING NEWS

ଟି୨୦ କ୍ରିକେଟରେ ସର୍ବାଧିକ ୱିକେଟ ହାସଲ କଲେ ଟିମ ସୌଥୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସ ବୋଲର ଟିମ ସୌଥୀ ଆନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ନୂତନ ଅଧ୍ୟାୟ ଯୋଡିଛନ୍ତି । ସେ ପ୍ରଥମ ପୁରୁଷ କ୍ରିକେଟର ଭାବେ ୧୫୦ ୱିକେଟ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପାକିସ୍ତାନ ବିପକ୍ଷ ଟି୨୦ ମ୍ୟାଚରେ ସେ ୪ଟି ୱିକେଟ ହାସଲ କରି ଏହି ସଫଳତା ହାସଲ କରିଛନ୍ତି । ସୌଥୀଙ୍କ ପଛକୁ ବାଂଲାଦେଶର ଶକୀବ ଉଲ ହାସନ ରହିଛନ୍ତି । ସେ ୧୪୦ ୱିକେଟ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରଶିଦ ଖାଁ(୧୩), ଈଶ ସୋଧୀ(୧୨୭), ଲାସିଥ ମାଲିଙ୍ଗା (୧୦୭) ଓ ଅଡିଲ ରଶିଦ ୧୦୭ ୱିକେଟ ନେଇଛନ୍ତି । ସୌଥୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

BjdElectrycity

ସେ ପ୍ରଥମ ନ୍ୟୁଜିଲାଣ୍ଡ ଓ ଓଭରାଲ ୨୧ତମ ଖେଳାଳି ଭାବେ ଟି୨୦ରେ ୩୦୦ ୱିକେଟ ହାସଲ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନ ବିପକ୍ଷ ଟି୨୦ ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୨୬ ରନ କରିଥିଲା । ଜବାବରେ ପାକିସ୍ତାନ ୧୮୦ ରନ କରି ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.