Latest Odisha News

STF ପାଇଁ ସଫଳତାର ବର୍ଷ ଥିଲା ୨୦୨୩, ୭୫ ଅଭିଯୁକ୍ତ ହୋଇଥିଲେ ଗିରଫ

ଭୁବନେଶ୍ଵର: STF ପାଇଁ ସଫଳତାର ବର୍ଷ ଥିଲା ୨୦୨୩ । ଗତ ବର୍ଷ ଏସଟିଏଫ୍ ୪୧ଟି ମାମଲା ରୁଜୁ କରି ଓଡିଶା ସମେତ ୬ ରାଜ୍ୟର ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏତଦବ୍ୟତୀତ ୮କିଲୋ ବ୍ରାଉନସୁଗର, ୪୫୬ କୁଇଣ୍ଟାଲ୍ ଗଞ୍ଜେଇ, ୨କେଜି ୮୮୦ ଗ୍ରାମର ଅଫିମ ଜବତ କରିଛି ଏସଟିଏଫ୍ । ଏଥିସହ ଲକ୍ଷ ଲକ୍ଷ ଟଙ୍କା ନଗଦ ଜବତ କରିବା ସହ ଗିରଫ ୭୫ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତି କରିଛି ଏସଟିଏଫ୍ ।

ଏହାସହ ୧୪ଟି କଲରାପତରିଆ ବାଘ ଛାଲ, ଗୋଟିଏ ମହାବଳ ବାଘ ଛାଲ, ୧୦ଟି ଜୀବନ୍ତ ବଜ୍ରକାପ୍ତା, ୬ଟି ହରିଣ ଛାଲ ସହ ବଜ୍ରକାପ୍ତା କାତି ଜବତ କରିବା ସହ ୧୭ଟି ମାମଲା ରୁଜୁ କରିଛି ଏସଟିଏଫ୍ । ତେବେ ୨୦୨୨ରେ ବେଆଇନ ଭାବରେ ବନ୍ଧୁକ ଚାଲାଣ କରୁଥିବା ମାଫିଆଙ୍କୁ ୨୦୨୩ରେ ଧରିଥିଲା ଏସଟିଏଫ୍ । ମାତ୍ର ୨୦୨୩ରେ ଏପରି କୌଣସି ମାମଲା ସାମ୍ନାକୁ ଆସିନାହିଁ । ଅନ୍ୟପଟେ ୭୨ ଲକ୍ଷ ୪୩ହଜାର ୫ଶହ ନକଲି ନୋଟ୍ ଜବତ କରିଛି ଏସଟିଏଫ୍ । ସେହିପରି ଚୋରା ଖଣିଜ ଦ୍ରବ୍ୟ ଚାଲାଣ, ଅର୍ଥନୈତିକ କାରବାର, ଓଟିପି ସେୟାରିଂ ଠକେଇ, ନକଲି ବ୍ୟାଙ୍କ ଆକାଉଣ୍ଟ ସ୍କାମ୍, ଆରଟିଆଇ ଘୋଟାଲା, କାଶ୍ମୀରି ଆତଙ୍କି ଠକରେ ସଫଳତା ପଇଛି ଏସଟିଏଫ୍ ।

 

Leave A Reply

Your email address will not be published.