Latest Odisha News

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ୪୩ତମ ବିଶ୍ୱ କବି ସମ୍ମିଳନୀ ଅବସରରେ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ପ୍ରଦାନ କରାଯାଇଛି।

ଶିକ୍ଷା, ସମାଜସେବା, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ବିକାଶ ଆଣିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ଅଚ୍ୟୁତ ସାମନ୍ତଙ୍କୁ ୱାର୍ଲ୍‍ଡ ଆକାଡେମୀ ଅଫ୍‍ ଆର୍ଟ ଆଣ୍ଡ କଲଚର (ଡବ୍ଲୁଏଏସି) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆଜି ମଦୁରାଇଠାରେ ଅନୁଷ୍ଠିତ ୱାର୍ଲଡ୍‍ ପୋଏଟ କଂଗ୍ରେସର ୪୩ତମ ସଂସ୍କରଣ ଉଦ୍‍ଘାଟନୀ ଉତ୍ସରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

୩୦ଟି ଦେଶର ବହୁ ବିଶିଷ୍ଟ କବିଙ୍କ ଉପସ୍ଥିତିରେ ବିଶିଷ୍ଟ ଧର୍ମଗୁରୁ ଥାଭାଥିରୁ କୁନ୍ଦ୍ରାକୁଡ଼ି ପୋନାମବାଲା ଆଡ଼ିଗଲାର ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହା ସହିତ କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରିବା ଲାଗି ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ମଧ୍ଯ ପ୍ରଦାନ କରାଯାଇଛି। ସେତୁ ଭାସ୍କର ଗ୍ରୁପ୍‍ର ଅଧ୍ୟକ୍ଷ ଡ. ସେତୁ କୁମାନନ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
କଳା, ସଂସ୍କୃତି ଓ ସାହିତ୍ୟର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଅଚ୍ୟୁତ ସାମନ୍ତଙ୍କୁ ୱାର୍ଲଡ୍‍ ପୋଏଟ କଂଗ୍ରେସର କାର୍ଯ୍ୟକାରିଣୀ ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଛି।

ୱାର୍ଲଡ୍‍ ପୋଏଟ କଂଗ୍ରେସକୁ ନିଜର କୃତଜ୍ଞତା ଜଣାଇ ସେ କହିଛନ୍ତି, ଦୀର୍ଘ ୩ ଦଶନ୍ଧୀ ଧରି କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରିବା ସହ ସମାଜରେ ଏକତା ବୃଦ୍ଧି କରିବା ଦିଗରେ ମୋର ପ୍ରତିବଦ୍ଧତାକୁ ଏହି ସମ୍ମାନ ଆହୁରି ସୁଦୃଢ଼ କରିଛି। ଏହା ଫଳରେ ଏ ଦିଗରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ମୋତେ ପ୍ରେରଣା ମିଳିଛି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.