Latest Odisha News

ରାସ୍ତା ଉପରେ ଟ୍ୟାଙ୍କରରୁ ଏସିଡ୍ ଲିକ୍, ଧୂଆଁମୟ ହୋଇଗଲା ରାଜରାସ୍ତା

ଖୋର୍ଦ୍ଧା: ଏସିଡବାହୀ ଟ୍ୟାଙ୍କରରୁ ଏସିଡ୍ ଲିକ୍ । ଧୂଆଁମୟ ହୋଇଗଲା ରାଜରାସ୍ତା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚମ୍ପାଗଡ଼ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଛି । ଗତକାଲି ରାତିରେ ଘଟିଥିଲା ଏହି ଘଟଣା । ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଯାଇଥିଲା । ଉଭୟ ପଟରେ ବାଧାପ୍ରାପ୍ତ ହୋଇଥିଲା ଯାତାୟତ ।

ଏସିଡ୍ ବାହୀ ଟ୍ୟାଙ୍କରଟି ଗଞ୍ଜାମରୁ କୋଲକତା ଅଭିମୁଖେ ଯାଉଥିଲା । ଟ୍ୟାଙ୍କର ଭଲଭ୍ କଟିଯିବାରୁ ଏସିଡ୍ ଲିକ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନୀଶମ ବାହିନୀ ପହଞ୍ଚି ଟ୍ୟାଙ୍କର ଉପରେ ପାଣି ବର୍ଷା କରିଥିଲେ । ତେବେ ପାଖରେ ଜନବସତି ନାହିଁ । ଘଟଣାସ୍ଥରେ ବିଶେଷଜ୍ଞ ଟିମ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଥିଲେ ।

Leave A Reply

Your email address will not be published.