Latest Odisha News

BREAKING NEWS

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ, ୩୮୦୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ଆଜି ବଢ଼ିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୦୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୬୩୧ । ଗତକାଲି ୬୩ହଜାର ୪୨୧ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଆଜି ୬୪ହଜାର ୮୫୦ ନମୁନା ପରୀକ୍ଷା ହୋଇଛି । ଆଜି କ୍ୱାରେଣ୍ଟାଇନରୁ ୨୧ଶହ ୭୨ ପଜିଟିଭ୍ ବାହାରିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୬ଶହ ୩୪ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ପଜିଟିଭ୍ ବାହାରିଥିବା ବେଳେ କଟକରୁ ୩୯୩, ଯାଜପୁରରୁ ୩୪୬, ବାଲେଶ୍ୱରରୁ ୨୨୦, ପୁରୀରୁ ଚିହ୍ନଟ ହୋଇଛନ୍ତି ଆଉ ୨୦୦ ଆକ୍ରାନ୍ତ । ସେହିପରି ଅନୁଗୋଳରୁ ୧୭୫, ମୟୂରଭଞ୍ଜରୁ ୧୫୯, ଭଦ୍ରକରୁ ୧୫୮, କେନ୍ଦ୍ରାପଡ଼ାରୁ ୧୪୫, ନୟାଗଡ଼ରୁ ୧୩୪, ଜଗତସିଂହପୁରରୁ ୧୩୦, ସୁନ୍ଦରଗଡ଼ରୁ ୧୧୯, ରାୟଗଡ଼ାରୁ ଚିହ୍ନଟ ହୋଇଛନ୍ତି ଆଉ ୧୧୧ ସଂକ୍ରମିତ ।

୧୭ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଆଜି ପଜିଟିଭ୍ ହାର ରହିଛି ୫.୮୬ ପ୍ରତିଶତ । ଗତକାଲି ଏହି ସଂଖ୍ୟା ଥିଲା ୫.୭୩ ପ୍ରତିଶତ । ଆକ୍ଟିଭ୍ କେସ୍ ଗ୍ରୀନ ଜୋନରେ ଅଛି ରାଜ୍ୟର ୧୬ ଜିଲ୍ଲା । ରେଜ ଡୋନରେ ୪ଟି ଜିଲ୍ଲା ଅଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୭୦ହଜାର ୪୯୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୮ଲକ୍ଷ ୨୩ହଜାର ୫୯୯ । ଏବେ ରାଜ୍ୟରେ ୪୩ହଜାର ୩୩୮ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.