Latest Odisha News

BREAKING NEWS

ଘରୋଇ ଉପଚାର ମାଧ୍ୟମରେ ଦୂରହେବ ଏସିଡିଟି

ଆମର ପରିବର୍ତ୍ତିତ ଜୀବନଶୈଳୀ ହିଁ ବିଭିନ୍ନ ପ୍ରକାର ରୋଗର କାର ଣ ପାଲଟିଛି। ସେଥିମଧ୍ୟରୁ ଏସିଡିଟି ବା ଅମ୍ଳତା ଅନ୍ୟତମ। ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଖାଦ୍ୟ ସେବନରେ ଅନିୟମିତତା ଏସିଡିଟିର ମୁଖ୍ୟ କାରଣ। ଏସିଡିଟି ରୋଗୀଙ୍କୁ ଡାକ୍ତରମାନେ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଘରୋଇ ଉପଚାର ମାଧ୍ୟମରେ ପ୍ରାକୃତିକ ଉପାୟରେଏସିଡିଟି ଦୂର କରିହେବ।

ଲାଉ ଏବଂ ତୁଳସୀ ସରବତ: ଅମ୍ଳତାରୁ ମୁକ୍ତି ପାଇବା ପାଇଁ ଲାଉ ଏବଂ ତୁଳସୀ ରସ ବେଶ୍ ଉପକାରୀ। ଏହାକୁ ଜୁସ୍ କରି ପିଇଲେ ଅମ୍ଳତାରୁ ମୁକ୍ତି ମିଳେ।

ବେଲ ସରବତ : ହଜମ ପ୍ରକ୍ରିୟା ପାଇଁ ବେଲ ଏକ ସର୍ବଶ୍ରେଷ୍ଟ ଉପାଦାନ। ଏହା ଅମ୍ଳତାକୁ ବହୁ ପରିମାଣରେ ହ୍ରାସ କରିପାରେ। ଏସିଡିଟି ସମୟରେ ହେଉଥିବା ପେଟର ଜ୍ୱଳନକୁ ହ୍ରାସ କରିଥାଏ ବେଲ। ତେଣୁ ଏସିଡିଟିରୁ ମୁକ୍ତି ପାଇଁ ବେଲରେ ତିଆରି ସରବତ ଅତ୍ୟନ୍ତ ଲାଭଦାୟକ ।

ମେଥି ପାଣି: ଏସିଡିଟିରୁ ଆରାମ ଦେଇଥାଏ ମେଥି ପାଣି। ଏକ ଗ୍ଲାସ ପାଣିରେ ଅଧା ଚାମଚ ମେଥି ଭିଜାନ୍ତୁ। ସକାଳେ ଏହି ପାଣିକୁ ଫୁଟାନ୍ତୁ ଏବଂ ଏହାକୁ ଛାଣି ପିଅନ୍ତୁ। ଖାଲି ପେଟରେ ମେଥି ପାଣି ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।

 ଖାଦ୍ୟକୁ ଭଲ ଭାବରେ ଚୋବାନ୍ତୁ : ଏସିଡିଟି ସମସ୍ୟାକୁ ଦୂର କରିବାର ପ୍ରଥମ ଉପାୟ ହେଉଛି, ଯାହା ଖାଉଛନ୍ତି ଭଲ ଭାବେ ଚୋବାଇ ଖାଆନ୍ତୁ। କାରଣ ଖାଦ୍ୟ ହଜମ ପ୍ରଥମେ ପାଟିରୁ ହିଁ ଆରମ୍ଭ ହୋଇଥାଏ। ଖାଦ୍ୟ ସଠିକ୍ ଭାବେ ଚୋବେଇ ଖାଇଲେ ଏସିଡିଟି ଅନେକାଂଶରେ ଦୂର ହୋଇପାରିବ।

Comments are closed.