ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ଏବେ ଅଢ଼େଇ ଲକ୍ଷରୁ କମ୍ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସୁସ୍ଥ ସଂଖ୍ୟା କୋଟିଏ ଛୁଇଁବ । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୧୭୭ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୨୩ହଜାର ୯୬୫କୁ ବୃଦ୍ଧି ପାଇଛି ।
୯୬% ଆକ୍ରାନ୍ତ ସୁସ୍ଥ
ଏବେ ଦେଶରେ ୨ଲକ୍ଷ ୪୭ହଜାର ୨୨ଟି କରୋନା ଆକ୍ଟିଭ କେସ୍ ରହିଛି । ବଢୁଛି ସୁସ୍ଥ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ୯୬ ପ୍ରତିଶତରୁ ଅଧିକ ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ଆଉ ୨୦ହଜାର ୯୨୩ ସଂକ୍ରମିତ । ଦେଶରେ ସୁସ୍ଥ ହେଲେଣି ମୋଟ୍ ୯୯ଲକ୍ଷ ୨୭ହଜାର ୩୧୦ କରୋନା ଆକ୍ରାନ୍ତ ।
୨୪ ଘଣ୍ଟାରେ ୨୧୭ ମୃତ
ଦୈନିକ ସଂକ୍ରମଣ ସହ ଦେଶରେ କମିଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୨୧୭ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୯ହଜାର ୪୩୫କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫%।
BREAKING NEWS
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
Comments are closed.