ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ଏବେ ଅଢ଼େଇ ଲକ୍ଷରୁ କମ୍ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସୁସ୍ଥ ସଂଖ୍ୟା କୋଟିଏ ଛୁଇଁବ । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୧୭୭ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୨୩ହଜାର ୯୬୫କୁ ବୃଦ୍ଧି ପାଇଛି ।
୯୬% ଆକ୍ରାନ୍ତ ସୁସ୍ଥ
ଏବେ ଦେଶରେ ୨ଲକ୍ଷ ୪୭ହଜାର ୨୨ଟି କରୋନା ଆକ୍ଟିଭ କେସ୍ ରହିଛି । ବଢୁଛି ସୁସ୍ଥ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ୯୬ ପ୍ରତିଶତରୁ ଅଧିକ ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ଆଉ ୨୦ହଜାର ୯୨୩ ସଂକ୍ରମିତ । ଦେଶରେ ସୁସ୍ଥ ହେଲେଣି ମୋଟ୍ ୯୯ଲକ୍ଷ ୨୭ହଜାର ୩୧୦ କରୋନା ଆକ୍ରାନ୍ତ ।
୨୪ ଘଣ୍ଟାରେ ୨୧୭ ମୃତ
ଦୈନିକ ସଂକ୍ରମଣ ସହ ଦେଶରେ କମିଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୨୧୭ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୯ହଜାର ୪୩୫କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫%।
BREAKING NEWS
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
Comments are closed.