Latest Odisha News

BREAKING NEWS

ସେପଟେ ପୁଅ ଏପଟେ ମା’, କୋରେଇରେ ସନ୍ଧ୍ୟାରାଣୀଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଲେ ଆକାଶ

କୋରେଇ: କୋରେଇରେ ବିଜେପି ପ୍ରାର୍ଥୀ ଅଭିନେତା ଆକାଶ ଦାସନାୟକଙ୍କ ବିଜୟ । ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଲେ ଅଭିନେତା ଆକାଶ ଦାସନାୟକ । ୬ ହଜାର ୩୫୦ ଭୋଟରେ ସନ୍ଧ୍ୟାରାଣୀ ଦାସଙ୍କୁ ହରାଇଛନ୍ତି ଆକାଶ ।

ସନ୍ଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଦାସଙ୍କ ମା । ଏହି ଆସନରୁ ବିଜେଡି ୨୦୦୯ରୁ ଜିତି ଆସୁଥିଲା । ପୂର୍ବରୁ ଏହି ଆସନରୁ ପ୍ରଣବ ପ୍ରକାଶ ଦାସଙ୍କ ବାପା ଅଶୋକ କୁମାର ଦାସ ବିଧାୟକ ରହିଥିଲେ । ଏବେ ଏହି ଆସନ ବିଜେପି ହାତରେ ରହିଛି ।

କୋରେଇ ସ୍ୱାଭିମାନର ନାରା ଦେଇ ମଇଦାନକୁ ଓହ୍ଲାଇଥିଲେ ଅଭିନେତାରୁ ନେତା ବନିଥିବା ଆକାଶ ଦାସନାୟକ । ବିଜେଡି ଛାଡି ବିଜେପିରେ ମିଶିବା ସହ ଆକାଶ କୋରେଇରୁ ପ୍ରାର୍ଥୀ ହୋଇଥିଲେ । ୨୦୧୪ରେ ବିଜେଡିରୁ ସେ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନଥିଲା । ଏଥର ବି ଟିକେଟ୍ ନମିଳିବାରୁ ଆକାଶ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ।

Comments are closed.