Latest Odisha News

BREAKING NEWS

ପରଲୋକରେ ‘ଶଲା ବୁଢ଼ା’ ଅଟଳ ବିହାରୀ ପଣ୍ଡା

ସମ୍ବଲପୁର : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେପ୍ଟିସିମିଆ ରୋଗରେ ପୀଡ଼ିତ ହୋଇ ସେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିଲେ ।

ସମ୍ବଲପୁରୀ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ ବେଶ ଜଣାଶୁଣା ଥିଲେ ସ୍ବର୍ଗତଃ ପଣ୍ଡା । ୧୦୦ ରୁ ଅଧିକ ନାଟକରେ ଅଭିନୟ କରିବା ସହ ୮୩ ବର୍ଷ ବୟସରେ ସେ  ନିଜର ଡେବ୍ୟୁ ଫିଲ୍ମ ‘ଶଲା ବୁଢା଼’ରେ ଅଭିନୟ କରିଥିଲେ ।  ଶଲା ବୁଢ଼ା ଚଳଚ୍ଚିତ୍ର ପାଇଁ ସେ ଜାତୀୟ ପୁରସ୍କାର ସହିତ  ୨୫ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଏବଂ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଆଦିମ ବିଚାର ପାଇଁ ୨୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସଂଳାପ ଲେଖକ ପୁରସ୍କାର ପାଇଥିଲେ । ସେ ଏକାଧାରରେ ଜଣେ ନାଟ୍ୟକାର , ଅଭିନେତା ଓ ସଂଳାପ ଲେଖକ ଥିଲେ  ।  ଅଭିନୟ କ୍ଷେତ୍ରରେ ପାରଦର୍ଶିତା ପାଇଁ ଶ୍ରୀ ପଣ୍ଡାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡି ଲିଟ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ତାଙ୍କ ମୃତ୍ୟୁରେ ଅଭିନୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।

 

Comments are closed.