Latest Odisha News

ଓଡ଼ିଶାରେ ୮ ଲକ୍ଷ ଟପିଲା କରୋନା କେସ୍: ଆଜି ୭୩୯୫ ପଜିଟିଭ୍, ୯ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ କମୁଛି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭ହାଜର ୩୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୧୬୯ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୨୨୬ ।

ଦୈନିକ ସଂକ୍ରମଣରେ ଟପରେ ଅଛି ଖୋର୍ଦ୍ଧା ଜିଲ୍ଲା । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧ହଜାର ୬୯ ସଂକ୍ରମିତ । କଟକରୁ ୮୬୮ ଆକ୍ରାନ୍ତ ବାହାରିଛନ୍ତି । ଯାଜପୁରରୁ ୫୧୬, ଅନୁଗୋଳରୁ ୪୪୩, ମୟୂରଭଞ୍ଜରୁ ୩୮୪ ଓ ପୁରୀରୁ ୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ତିନି ଶହ ଭିତରେ ରହିଛି ଦୈନିକ ସଂକ୍ରମଣ ।

୯ଟି ଜିଲ୍ଲା ବଲାଙ୍ଗିର, ଦେବଗଡ଼, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, ନୂଆପଡ଼ା ଓ ସୋନପୁରରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୬ହଜାର ୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୭ଲକ୍ଷ ୨୪ହଜାର ୪୦୨ । ଏବେ ୭୮ହଜାର ୬୮୭ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.