Latest Odisha News

ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ହୋଇଛି। ମଧୁମେହ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

୧୯୮୮ ମସିହାରେ ସେ ଦିଲ୍ଲୀର ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍‌ ହେବା ପରେ ଅଭିନୟ ଜଗତରେ ପାଦ ରଖିଥିଲେ। ପଥର ଖସିଲା ବଡ଼ ଦେଉଳୁ ଥିଲା ତାଙ୍କର ପ୍ରଥମ ଓଡ଼ିଆ ସିନେମା । କେବଳ ଓଡ଼ିଆ ସିନେମା ନୁହେଁ ବଲିଉଡ୍ ଓ ହଲିଉଡ୍ ବି ସେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ‘ସିଟି ଅଫ୍ ଜୟ ‘ ଅନ୍ୟଟି ଇଲେକ୍ଟ୍ରିକ୍ ମୁନ’ ଆଦି ହଲିଉଡ଼ ସିନେମାରେ ତାଙ୍କର ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା। ସେହିପରି ହିନ୍ଦୀରେ ପ୍ରଶାନ୍ତ ନନ୍ଦଙ୍କ ସିରିଏଲ ଅନ୍ତର୍ଦାହରେ ମଧ୍ୟ ସେ ଅଭିନୟ କରିଥିଲେ ।

ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Comments are closed.