ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ପୁଣି ଥରେ ମୁହଁ ଖୋଲିଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଶର ଚାଷୀଭାଇଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ସୋମବାର ଦିନ ଧର୍ମେନ୍ଦ୍ର ଟ୍ୱିଟରରେ କୃଷକଙ୍କ ଫଟୋ ସେୟାର କରି ଲେଖିଛନ୍ତି – ଆଜି ମୋର କୃଷକ ଭାଇମାନଙ୍କୁ ନ୍ୟାୟ ମିଳିଯାଉ। ମୁଁ ହୃଦୟରୁ ପ୍ରାର୍ଥନା କରୁଛି। ପ୍ରତ୍ୟେକଙ୍କ ଆତ୍ମାକୁ ଆଶ୍ବସ୍ତି ମିଳିବ।
ଗତ ୨୬ ନଭେମ୍ବରରୁ କୃଷକମାନେ ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସହ ସାତ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। କିନ୍ତୁ କୌଣସି ସମାଧାନର ବାଟ ବାହାରିପାରିନାହିଁ। ଏହାପୂର୍ବରୁ ଧର୍ମେନ୍ଦ୍ର କୃଷକମାନଙ୍କୁ ସମର୍ଥନ କରି ଟ୍ୱିଟ୍ କରି ଲେଖିଛନ୍ତି ଯେ ମୋର କୃଷକ ଭାଇମାନଙ୍କ ଦୁଃଖ ଦେଖି ମୁଁ ବହୁତ ଦୁଃଖିତ। ସରକାର ଶୀଘ୍ର ଏହାର ସମାଧାନ କରିବା ଉଚିତ୍।
Comments are closed.