Latest Odisha News

BREAKING NEWS

ଅଜାଜ ଖାଁଙ୍କୁ ଅଟକ ରଖିଲା ଏନସିବି

ମୁମ୍ବାଇ: ନିଶା କାରୋବାରରେ ଲିପ୍ତ ଥିବା ଅଭିଯୋଗରେ ମଙ୍ଗଳବାର ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ (ଏନସିବି) ଅଭିନେତା ଅଜାଜ ଖାଁଙ୍କୁ ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଏନସିବି ତାଙ୍କୁ ଅଟକ ରଖିଥିଲା । ଡ୍ରଗ୍ସ ପ୍ୟାଡଲର ଶାଦାବ ବଟାଟାଙ୍କ ପୁତ୍ର ଶଦାବ ବଟାଟା ଗିରଫ ହେବା ପରେ ଅଜାଜଙ୍କ ନାମ ଉଠିଥିଲା । ବଟାଟାଙ୍କ ନିକଟରୁ ୧ କୋଟି ଟଙ୍କାର ଡ୍ରଗ୍ସ ମିଳିଥିଲା ।

ରାଜସ୍ଥାନରୁ ଅଜାଜ ମୁମ୍ବାଇ ଆସୁଥିବା ବେଳେ ଏନସିବି ତାଙ୍କୁ ଗିରଫ କରିଥିଲା । ୨୦୧୮ରେ ମଧ୍ୟ ସେ ଡ୍ରଗ୍ସ କାରୋବାରରେ ଗିରଫ ହୋଇଥିଲେ । ସେ ସମୟରେ ତାଙ୍କ ନିକଟରୁ ଏକ ଲକ୍ଷ ଟଙ୍କାର ଏମଡି ଡ୍ରଗ୍ସ ଜବତ ହୋଇଥିଲା ।

Leave A Reply

Your email address will not be published.