Latest Odisha News

BREAKING NEWS

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ

ମୁମ୍ବାଇ: ଆରପାରିରେ ବଲିଉଡ ଅଭିନେତା ଫରାଜ ଖାନ୍ । ବୁଧବାର ତାଙ୍କ ଦେହାନ୍ତ ହୋଇଛି । ବେଙ୍ଗଳୁରୁ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

‘ଫରେବ’ ଓ ‘ମେହେନ୍ଦୀ’ ଭଳି ଲୋକପ୍ରିୟ ଛବିରେ ଅଭିନୟ କରିଥିବା ୯୦ ଦଶକର ବଲିଉଡ୍‌ ଅଭିନେତା ଫରାଜ ଖାନ ପୂର୍ବରୁ ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବର ଟ୍ବିଟର୍‌ରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ କିଛି ଦିନ ହେଲା ଅସୁସ୍ଥ ଥିବା ହେତୁ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ରହିଛି।

ଅଭିନେତା ଫରାଜ ଖାନଙ୍କ ମୃତ୍ୟୁ ଖବରକୁ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି ଅଭିନେତ୍ରୀ ପୂଜା ଭଟ୍ଟ। ସେ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ଫରାଜ ଖାନ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ପୂଜା ଏହି ଖବରଟିକୁ ଅତ୍ୟନ୍ତ ଦୁଃଖର ସହ ସେୟାର୍‌ କରିଛନ୍ତି। ଫରାଜ ଖାନଙ୍କ ଶୂନ୍ୟସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ସେ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.