Latest Odisha News

BREAKING NEWS

୫୫ତମ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳିଲେ ମିଲିନ୍ଦ, ଉଲଗ୍ନ ହୋଇ ସମୂଦ୍ରକୂଳରେ ଦୌଡିଲେ

ମୁମ୍ବାଇ: ଚମକେଇ ଦେଲେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ । ୫୫ତମ ଜନ୍ମଦିବସକୁ ସେ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ସମୂଦ୍ରକୂଳରେ ୧୨ କିଲୋମିଟର ଉଲଗ୍ନ ହୋଇ ଦୌଡୁଥିବା ଫଟୋ ଶେୟାର କରି ସେ ଲେଖିଛନ୍ତ ହାପି ବାର୍ଥ ଡେ ଟୁ ମି । ଏହି ଫଟୋ ତାଙ୍କ ପତ୍ନୀ ଅଙ୍କିତ କୁଅଁର ଉଠାଇଛନ୍ତି ।

ଅଙ୍କିତ ତାଙ୍କ ପତି ମିଲିନ୍ଦ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି । ଅଭିନନ୍ଦନ ମୋ ହୃଦୟ ଓ ଆତ୍ମାକୁୂ । ମୋର ଶରୀରର ପ୍ରତ୍ୟେକ ଅଣୁ ତୁମକୁ ଭଲ ପାଏ । ୧୨ କିମି ଦୌଡିବା ପରେ ମିଲିନ୍ଦ ଲାଲ ପଡି ଯାଇଛନ୍ତି । ସୋସିଆଲ ସାଇଟରେ ମିଲିନ୍ଦଙ୍କ ଫଟୋ ନେଇ ମିଶ୍ର ପ୍ରତିକ୍ରିୟା ରହିଛି । ୫୫ ବର୍ଷ ବୟସରେ ମିଲିନ୍ଦ ସମ୍ପୂର୍ଣ୍ଣ ଫିଟ ରହିବା ନେଇ ପ୍ରଶଂସାର ପାତ୍ର ହୋଇଛନ୍ତି ।

Leave A Reply

Your email address will not be published.