Latest Odisha News

BREAKING NEWS

ଏ ମାସରେ ହିଁ ଖୋଲିବ ସ୍କୁଲ

ଭୁବନେଶ୍ୱର: ଚଳିତ ମାସ ଅର୍ଥାତ ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ନବମରୁ ଦଶମ ଯାଏଁ ସମ୍ପୂର୍ଣ୍ଣ କ୍ଲାସ ହେବ । ତେବେ ପିଲାଙ୍କୁ ସ୍କୁଲ ଛାଡିବାକୁ ଯଦି ଅଭିଭାବକ ରାଜି ନହୁଏନ୍ତି ତେବେ ଅନ୍‌ଲାଇନ୍‌ରେ କ୍ଲାସ କରିବାକୁ ବ୍ୟବସ୍ଥା ହେବ ।

ସ୍କୁଲ ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତି ଚାଲିଛି । ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ପାଇଁ ୩୦% ପ୍ରତିଶତ ସିଲାବସ ହ୍ରାସ ହୋଇଛି । ଏହା ଆଉ କମିବନି । ବାକି ୭୦% ସିଲାବସ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପୂର୍ବରୁ ନଭେମ୍ବର ୧୫ ପରେ ଅର୍ଥାତ୍‌ ୧୬ରୁ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ନଭେମ୍ବର ୩୦ ଯାଏଁ ସ୍କୁଲ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା ମଧ୍ୟ କରାଯାଇଥିଲା ।  ସ୍କୁଲ ଖୋଲିବା ଓ ପରିଚାଳନା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.