Latest Odisha News

BREAKING NEWS

ବଲିଉଡ୍‌ରେ ଗୋବିନ୍ଦା ବି ହୋଇଥିଲେ ‘ନେପୋଟିଜମ୍’‌ର ଶିକାର

ନୂଆଦିଲ୍ଲୀ: ଗୋବିନ୍ଦା ହିନ୍ଦୀ ସିନେମାର ବେଶ୍‌ ପରିଚିତ ନାଁ। ସେ ୯୦ ଦଶକର ଜଣେ ହିଟ୍ କଳାକାର। ଚଳଚ୍ଚିତ୍ର ବ୍ୟତୀତ ଗୋବିନ୍ଦା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଗୋବିନ୍ଦା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନେପୋଟିଜମ୍‌ର ଶିକାର ହୋଇଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଗୋବିନ୍ଦା ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ସଂଘର୍ଷ ଏବଂ ଲୋକଙ୍କ ସହ ବିବାଦ ବିଷୟରେ ଅନେକ କଥା କହିଛନ୍ତି। ଏହି ସମୟ ମଧ୍ୟରେ ଅଭିନେତା ତାଙ୍କ ପୁତୁରା ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକଙ୍କ ସହ ବିବାଦ ବିଷୟରେ ମଧ୍ୟ କହିଥିଲେ।

ଗୋବିନ୍ଦା କହିଛନ୍ତି, ‘ମୁଁ ମଧ୍ୟ ନେପୋଟିଜମ୍‌ର ଶିକାର ହୋଇଥିଲି ଏବଂ ସେହି ସମୟରେ ମୋତେ କାମ ମିଳିନଥିଲା। ମୁଁ ଅମିତାଭ ବଚ୍ଚନଙ୍କ ସଂଘର୍ଷ ଦେଖିଛି। ଯେତେବେଳେ ସେ ମଞ୍ଚକୁ ଆସିଥିଲେ, ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ସେଠାରୁ ଚାଲିଯାଇଥିଲେ।

ସେ ଆହୁରି କହିଛନ୍ତି ଯେ, ‘ମୁଁ ମୋର ଅତୀତ ବିଷୟରେ କହୁଛି। ଆଜିର ପରିସ୍ଥିତି ବିଷୟରେ ମୋର କିଛି କହିବାର ନାହିଁ। ଏହା ବ୍ୟତୀତ ଗୋବିନ୍ଦା ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Comments are closed.