Latest Odisha News

BREAKING NEWS

ଅଭିନେତା ଜିମି ଶେରଗିଲଙ୍କ ସମେତ ୩୫ଜଣଙ୍କ ଉପରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଅଭିନେତା ଜିମି ଶେରଗିଲଙ୍କ ସମେତ ୩୫ଜଣଙ୍କ ଉପରେ ପଞ୍ଜାବ ପୋଲିସ ମାମଲା ରୁଜୁ କରିଛି । ଏମାନେ ସମେସ୍ତ କୋଭିଡ ଲକଡାଉନ ନିୟମ ଭାଙ୍ଗିଥିଲେ । ଲକଡାଉନ ଲାଗିବା ୨ ଘଂଟା ପରେ ମଧ୍ୟ ପାଖାପାଖି ୨୦୦ ଲୋକଙ୍କ ସହ ଜିମି ଲୁଧିୟାନାରେ ୟୋର ଅନର ୱେବ ସିରିଜର ଶୁଟିଂ ଜାରୀ ରଖିଥିଲେ ।

ଜିମିଙ୍କ ବ୍ୟତୀତ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଈଶ୍ୱର ନିବାସ ମଧ୍ୟ ଏହି ମାମଲାରେ ଫସିଛନ୍ତି । ଏବେ ପଂଜାବରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ନିୟମ ଲାଗୁ କରାଯାଇଛି । ସୂଚନାଯୋଗ୍ୟ ୟୋର ଅନର ଇସ୍ରାଏଲର ଏକ ୱେବ ସିରିଜର ହିନ୍ଦୀ ରୂପାନ୍ତର ।

Leave A Reply

Your email address will not be published.