Latest Odisha News

BREAKING NEWS

ସେରମ ‘କୋଭିସିଲ୍ଡ’ର ଦାମ୍ ହ୍ରାସ୍ ନେଇ ଅଦର ପୁନାୱାଲାଙ୍କ ଘୋଷଣା

ମୁମ୍ବାଇ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡର ଦର୍ ହ୍ରାସ କରିଛି । ଏନେଇ ସେରମର ସିଇଓ ଅଦର ପୁନାୱାଲା ଟ୍ୱିଟ୍ କରି ଘୋଷଣା କରିଛନ୍ତି । ସେରମ ପକ୍ଷରୁ ରାଜ୍ୟକୁ ଦିଆଯିବାକୁ ଭ୍ୟାକ୍ସିନର ଦର କମ୍ କରାଯାଇଛି । ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଟଙ୍କାରେ ଦେବାକୁ ସେରମ୍ ସ୍ଥିର କରିଥିଲା । ଏବେ ଦର ୧୦୦ ଟଙ୍କା କମ୍ କରାଯାଇ ସେରମ ଡୋଜ୍ ପିଛା ୩୦୦ ଟଙ୍କାରେ ଦେବାକୁ ଘୋଷଣା କରିଛି ।

ସେରମ୍ କୋଭିସିଲ୍ଡ ଭ୍ୟାକ୍ସିନର ଦର କେବଳ ରାଜ୍ୟମାନଙ୍କ ପାଇଁ ହ୍ରାସ୍ କରିଛି । ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଘରୋଇ ହସ୍ପିଟାଲକୁ କୋଭିସିଲ୍ଡର ଗୋଟିଏ ଡୋଜ୍ ପିଛା ୬୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ରାଜ୍ୟ ପାଇଁ ହ୍ରାସ କରାଯାଇଥିବା ଦର ତତ୍କାଳ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ସେରମର ସିଇଓ ପୁନାୱାଲା ।

ସେରମର ଏହି ନିଷ୍ପତ୍ତି ଫଳରେ ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତି ମିଳିବ । ପ୍ରତି ଡୋଜ୍ ପିଛା ରାଜ୍ୟ ସରକାର ଶହେ ଟଙ୍କା ଲେଖାଏଁ ସଞ୍ଚୟ କରିବେ । ଏହାଦ୍ୱାରା ରାଜ୍ୟ ହଜାରେ କୋଟି ସଞ୍ଚୟ କରିବ । ଏହାଦ୍ୱାରା ସାଧାରଣ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ସୂଚନା ଅନୁସାରେ ଏବେ ବିଭିନ୍ନ ରାଜ୍ୟ ଓ ଘରୋଇ ହସ୍ପିଟାଲ ପକ୍ଷରୁ ସେରମକୁ ୩୬ କୋଟି ଟଙ୍କାର ଅର୍ଡର ମିଳିଛି । ଏଥିରୁ ରାଜ୍ୟ ୩୪ କୋଟି ଟଙ୍କାର ଅର୍ଡର ଦେଇଥିବା ବେଳେ ଘରୋଇ ହସ୍ପିଟାଲର ୨ କୋଟିର ଅର୍ଡର ଦେଇଛନ୍ତି । ମହାରାଷ୍ଟ୍ର ସମେତ ସଂକ୍ରମଣ ଅଧିକ ଥିବା ୫ ରାଜ୍ୟ ଚଳିତ ସପ୍ତାହରେ ଭ୍ୟାକ୍ସିନ୍ ପାଇବାକୁ ଥିବାବେଳେ ଅନ୍ୟ ରାଜ୍ୟକୁ ଆଗାମୀ ୩ ସପ୍ତାହରେ ଟିକା ମିଳିବ ।

Leave A Reply

Your email address will not be published.