Latest Odisha News

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ କମଲ ହାସନ…

ଭୁବନେଶ୍ୱର: ଅଭିନେତାରୁ ରାଜନେତା ପାଲଟିଥିବା ତଥା ମାକାଲ୍ଲ ନିଧି ମାଇୟାମ (ଏମଏନଏମ) ଦଳର ସଭାପତି କମଲ ହାସନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଭେଟିଛନ୍ତି ।

ପ୍ରଖ୍ୟାତ ତାମିଲ୍ ଅଭିନେତା ଶ୍ରୀ ହାସନ ଆଜି ଭୁବନେଶ୍ୱର ସେଞ୍ଚୁରିୟନ ୟୁନିଭର୍ସିଟି ଅପ ଟେକ୍ନୋଲୋଜି ଓ ମ୍ୟାନଜେମେଣ୍ଟ (ସିୟୁଟିଏମ)ର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଛନ୍ତି । ଏହି ଅବସରରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି ।

ଶ୍ରୀ ହାସନ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଆସନ୍ତାକାଲି ଏକ ଉତ୍ସବରେ ଗ୍ରହଣ କରିବେ ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଗତବର୍ଷ ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ସରକାରଙ୍କ ଇନଭେଷ୍ଟର୍ସ ରୋଡ଼ ଶୋ’ କାର୍ଯ୍ୟକ୍ରମ ଅବସରରେ ଏହି ପ୍ରଖ୍ୟାତ ଅଭିନେତା ନବୀନଙ୍କୁ ଭେଟି ସେ ତାଙ୍କର ଜଣେ ବଡ଼ ଫ୍ୟାନ ବୋଲି କହିଥିଲେ ।

Comments are closed.