Latest Odisha News

ଶ୍ରୀଜିଉଙ୍କ ଦର୍ଶନ କଲେ ଅଭିନେତା କିରଣ କୁମାର, ଭଗବାନଙ୍କ ନିକଟରେ ଆମେ ସାଧାରଣ ମନୁଷ୍ୟ ବୋଲି କହିଲେ କିରଣ

ପୁରୀ: ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ ଅଭିନେତା କିରଣ କୁମାର । ଗତକାଲି ରାତିରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଅଭିନେତା କିରଣ । ପ୍ରଥମେ ପତିତପାବନ ଓ ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ କିରଣ । ଏଥିସହ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ କୋଇଲି ବୈକୁଣ୍ଠ ପରିଦର୍ଶନ କରିଥିଲେ ।

ତେବେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ କିରଣ କୁମାର ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ । ଆଜି ଭୁବନେଶ୍ୱରର ସୁଟିଂ ରହିଛି । ଏହା ପୂର୍ବରୁ ପୁରା ଟିମ୍ ଗତକାଲି ରାତିରେ ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି । ତେବେ କିରଣ ଯେତେବେଳେ ବି ଓଡିଶା ଆସନ୍ତି ମହାପ୍ରଭୁଙ୍କୁ  ଦର୍ଶନ କରିଥାନ୍ତି । ବାରମ୍ବାର ଆସିଲେ ମହାପ୍ରଭୁଙ୍କ ସହ ଆତ୍ମାର ମିଳନ ହୋଇଥାଏ ।  ମନ୍ଦିରରେ ବସିଥିବା ମହାପ୍ରଭୁଙ୍କ ଠାରୁ ଆଉ କେହି ବଡ ନୁହନ୍ତି । ଭଗବାନଙ୍କ ନିକଟରେ ଆମେ ସାଧାରଣ ମନୁଷ୍ୟ ତେଣୁ ଆମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ନାହିଁ । ମୋର ପରମ ସୌଭାଗ୍ୟ ତେଣୁ ମୁଁ ଆଜି ଜଗା ଦର୍ଶନ କଲି । ମହାପ୍ରଭୂଙ୍କ ଆଶିର୍ବାଦ ପାଇ ଆସନ୍ତା କାଲି ଶ୍ରଦ୍ଧାର ସହ ସୁଟିଂ ଆରମ୍ଭ କରିବୁ ବୋଲି କହିଛନ୍ତି ଅଭିନେତା କିରଣ କୁମାର ।

Comments are closed.