Latest Odisha News

BREAKING NEWS

ରହସ୍ୟ ଘେରରେ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା !

କଟକ : ଓଡିଆ ସିନେମା ତଥା ଧାରାବାହିକ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ (ନିକିତା) ମୃତ୍ୟୁ ଘଟଣାରେ ସୋମବାର ଦିନ ସାଇଣ୍ଟିଫିକ୍ ଟିମ୍ ତାଙ୍କର ମହାନଦୀ ବିହାର ସ୍ଥିତ ପୈତୃକ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ଶୁକ୍ରବାର ରାତିରେ କୌଣସି କାରଣବଶତଃ ସେ ଛାତରୁ ତଳକୁ ଖସି ପଡିଥିଲେ ଏବଂ ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ହସ୍ପିଟାଲରେ ଭତ୍ତି ହୋଇଥିଲେ ।

ଅପରପକ୍ଷରେ ଉକ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ଏନେଇ ମର୍କତନଗର ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା ।

ନିକିତାଙ୍କ ବାପା ରବିବାର ଦିନ ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଓ ଶାଶୂ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୋଲିସ ନିକିତାଙ୍କ ସ୍ୱାମୀ ଲିପନ୍ ସାହୁଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି ଏବଂ ଖୁବଶୀଘ୍ର ତାଙ୍କୁ ମଧ୍ୟ ଗିରଫ କରାଯିବାର ସମ୍ଭାବନା ମଧ୍ୟ ରହିଛି ।

ଅନ୍ୟପକ୍ଷରେ ନିକିତାଙ୍କ ବାପା ସନାତନ ବେହେରା ଝିଅର ବାହାଘରର କିଛି ମାସ ପରେ ଶ୍ୱଶୁର ଘରେ ପାରିବାରିକ ଅଶାନ୍ତି ଆରମ୍ଭ ହେବା ସହ ଝିଅକୁ ଉଭୟ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଶ୍ୱଶୁର ଘରେ ବାରମ୍ବାର ଅଶାନ୍ତି ଲାଗି ରହିଥିବାରୁ ନିକିତା ଶ୍ୱଶୁର ଘର ଛାଡି ଦେଇଥିଲେ ଏବଂ ନିକିତା ପୁତ୍ର ଜନ୍ମ ପରଠାରୁ ବାପଘରେ ରହି ଆସୁଥିଲେ ।

ଘଟଣା ଦିନ ସ୍ୱାମୀ ଲିପୁନ୍ ତାଙ୍କୁ ଦେଖା କରିବାକୁ ଆସିଥବଲେ ଏବଂ ପାରିବାରିକ ବିବାଦକୁ କେନ୍ଦ୍ର କରି ତାଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା ପାବର୍ତ୍ତୀ ସମୟରେ ଉଭୟ ଛାତ ଉପରକୁ ଚାଲିଯାଇଥିଲେ । ଛାତ ଉପରକୁ ଯିବା ପରେ ସେମାନେ ନିକିତାଙ୍କୁ ଛାତରୁ ଠେଲି ଦେଇଥିବା ନେଇ ତାଙ୍କ ବାପା ସନାତନ ଅଭିଯୋଗ ଲଗାଇଛନ୍ତି ।

୨୦୧୬ ମସିହାରେ ନିକିତା ଗୋପାଳପୁରର ଲିପନ ସାହୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଆହୁରି ମଧ୍ୟ ଆମ ନିକଟରେ ପୂର୍ବରୁ ସେମାନଙ୍କ ପାରିବାରିକ ବିୀବାଦକୁ ନେଇ କୌଣସି ସୂଚନା ନଥିଲା କିନ୍ତୁ ଏବେ ଆମ ପାଖରେ ସେନେଇ କିଛିଟା ସୂଚନା ରହିଛି ଏବଂ ନିକିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଯୁକ୍ତି ହେବା ଫଳରେ ସେମାନେ ଛାତ ଉପରକୁ ଯାଇଥିଲେ । ଏହାବ୍ୟତୀତ ଛାତ ଉପରେ କେତେଜଣ ବ୍ୟକ୍ତି ଉପସ୍ଥିତ ରହିଥିଲେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ନିକିତାଙ୍କ ସ୍ୱାମୀଙ୍କ କହିବାନୁଯାୟୀ ସେମାନଙ୍କ ସହ ଛାତ ଉପରେ ନିକିତାଙ୍କ ଭାଇ ମଧ୍ୟ ଉପସ୍ଥିତ ରହିଥିଲେ କିନ୍ତୁ ତାଙ୍କ ପରିବାର ବର୍ଗ ଏହାକୁ ଅଗ୍ରାହ୍ୟ କରୁଛନ୍ତି । ଆମେ ତଦନ୍ତ ଆରମ୍ଭ କରିଛୁ ଏବଂ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ।

ତେବେ ଏହି ଘଟଣା ସମ୍ବନ୍ଧରେ ନିକିତାଙ୍କ ଶ୍ୱଶୁର ଘର, ପାଖପଡୋଶୀ ଏବଂ ସଂପର୍କିୟ ମାନଙ୍କୁ ପଚରାଉଚରା ମଧ୍ୟ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.