Latest Odisha News

BREAKING NEWS

ମେଟ୍ରିମୋନିଆଲ୍ ସାଇଟରୁ ଜୀବନସାଥି ବାଛିବା ପଡିପାରେ ମହଙ୍ଗା, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ପରଫେକ୍ଟ ଲାଇଫ୍ ପାର୍ଟନରଟେ ପାଇବା ଲାଗି ସମସ୍ତେ ଚାହିଁଥାନ୍ତି । ଯେତେବେଳେ ବାହାଘର ପାଇଁ ଅନେକ ପୁଅ ବା ଝିଅ ଦେଖାଚାହାଁ କଲେ ମଧ୍ୟ ମନ ପସନ୍ଦର ଯୋଗ୍ୟ ବର ବା କନ୍ୟା ମିଳିନଥାଏ, ସେତେବେଳେ ଅଧିକାଂଶ ଯୁବପିଢି ବିଭିନ୍ନ ମେଟ୍ରିମୋନିଆଲ୍ ସାଇଟ୍ ଗୁଡିକର ସାହାରା ନେଇଥାନ୍ତି । ଆଜିକାଲି ମେଟ୍ରିମୋନିଆଲ୍ ସାଇଟ୍ ଗୁଡିକରେ ନିଜ ପସନ୍ଦର ପୁଅ,ଝିଅ ମିଳିବା ଯେତିକି ସହଜ ବେଳେବେଳେ ସେତିକି କ୍ଷତି ମଧ୍ୟ ହୋଇଥାଏ । ନିଜ ପସନ୍ଦର ବ୍ୟକ୍ତିଙ୍କୁ ଜୀବନ ସାଥି କରିବା ପୂର୍ବରୁ ସେମାନଙ୍କ ପ୍ରୋଫାଇଲ ସର୍ମ୍ପକରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ, ନଚେତ୍ ଠକାମୀରେ ପଡିପାରନ୍ତି ।

ଏହିପରି କିଛି ଦିଗ ପ୍ରତି ସଚେତନ ରହିଲେ ଆପଣ ଠକାମୀରୁ ବର୍ତିଯାଇପାରିବେ ।

ମେଟ୍ରିମୋନିଆଲ୍ ୱେବସାଇଟ୍ ଗୁଡିକର ବିଶ୍ୱସନୀୟତାକୁ ଯାଞ୍ଚ କରନ୍ତୁ-

ମେଟ୍ରିମୋନିଆଲ୍ ସାଇଟରେ ନିଜର ପ୍ରୋଫାଇଲ୍ ତିଆରି କରିବା ପୂର୍ବରୁ ସମ୍ପୃକ୍ତ ସାଇଟର ବିଶ୍ୱସନୀୟତା ସମ୍ପର୍କରେ ଭଲଭାବେ ଯାଞ୍ଚ କରନ୍ତୁ । ଏସମ୍ବନ୍ଧରେ ସାଙ୍ଗସାଥିଙ୍କ ସହ ଆଲୋଚନା କରନ୍ତୁ, ଯଦି ସମ୍ଭବ ହୁଏ, ତାହେଲେ ମେଟ୍ରିମୋନିଆଲ୍ ସାଇଟରୁ ବିବାହ କରିଥିବା ଯୁବକ ଯୁବତୀଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ ।

ସର୍ବଦା ସାର୍ବଜନୀନ ସ୍ଥାନରେ ଦେଖା କରନ୍ତୁ –

ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରୋଫାଇଲରେ ଦିଆଯାଇଥିବା ସୂଚନାକୁ ଭଲଭାବେ ଯାଞ୍ଚ କରନ୍ତୁ । ଏହା ବିଶ୍ୱାସ ଯୋଗ୍ୟ ହେଲାପରେ ଯାଇ ବ୍ୟକ୍ତିଙ୍କୁ ଦେଖାକରିବା ପାଇଁ ଯୋଜନା ବନାନ୍ତୁ । ଉକ୍ତ ବ୍ୟକ୍ତିଙ୍କୁ ଦେଖାକରିବା ପାଇଁ ସର୍ବଦା ସାର୍ବଜନୀନ ସ୍ଥାନ ବା ଜନଗହଳି ପୂର୍ଣ୍ଣ ସ୍ଥାନ ବାଛନ୍ତୁ । ଏହା ଫଳରେ କଣସି ବିପଦର ଆଶଙ୍କା ରହିବ ନାହିଁ ।

ଅଧିକ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦିଅନ୍ତୁ ନାହିଁ –

ଆପଣ ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ଦେଖାକରିବାକୁ ଯାଉଛନ୍ତି, ତାଙ୍କୁ ହିଁ ବିବାହ କରିବେ ବୋଲି କିଛି ଗ୍ୟାରେଂଟି ନାହିଁ । ଯଦି ବ୍ୟକ୍ତି ଜଣଙ୍କ ଆବଶ୍ୟକତା ଠାରୁ ଅଧିକ ବ୍ୟକ୍ତିଗତ ପ୍ରଶ୍ନ ପଚାରୁଛନ୍ତି, ତେବେ ସେସବୁ ପ୍ରଶ୍ନର ଉତର ଦିଅନ୍ତୁ ନାହିଁ ବା କଥା ଏଡାଇ ଦିଅନ୍ତୁ । ପ୍ରଥମ ଦେଖାରେ ସେ ଆପଣଙ୍କୁ ଘରକୁ ନିମନ୍ତ୍ରଣ କଲେ, ତାଙ୍କ ସହ ଯିବାପାଇଁ ମନା କରିବା ଆପଣଙ୍କ ପାଇଁ ଭଲ ହେବ ।

ଆର୍ଥିକ ସହାୟତା କରନ୍ତୁ ନାହିଁ –

ମେଟ୍ରିମୋନିଆଲ୍ ସାଇଟରେ ଯୋଡି ହେଉଥିବା ବ୍ୟକ୍ତିଙ୍କୁ ଆଖିବୁଜି ବିଶ୍ୱାସ କରିବା ଉଚିତ୍ ନୁହେଁ । ଅନେକ ଅଛନ୍ତି ଯେଉଁମାନେ କେବଳ ଲୋକଙ୍କୁ ନିଜ କଥାରେ ଫସେଇ ତାଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ଏସବୁ ସାଇଟ୍ର ବ୍ୟବହାର କରିଥାନ୍ତି । ପ୍ରଥମ ଦେଖାରୁ ଯଦି ବ୍ୟକ୍ତି ଜଣଙ୍କ ନିଜର ଖରାପ ପରିସ୍ଥିତି କହି ଟଙ୍କା ସାହାର୍ଯ୍ୟ ମାଗିଥାନ୍ତି କିମ୍ବା ଜୀବନ ସାଥି ହେବାକୁ ଥିବା ବ୍ୟକ୍ତିଙ୍କୁ ମଧ୍ୟ କୌଣସି ଆର୍ଥିକ ସହାୟତ କରନ୍ତୁ ନାହିଁ । ନଚେତ୍ ଠକାମୀର ଶୀକାର ହୋଇଯାଇପାରନ୍ତି ।

Leave A Reply

Your email address will not be published.