Latest Odisha News

BREAKING NEWS

୨୫ କିଲୋ ଓଜନ କମାଇଲେ ପାରସ ଛାବ୍ରା: ଫଟୋ କଲେ ସେୟାର

ମୁମ୍ବାଇ: ବିଗ୍ ବସ୍ ସିଜିନ୍‌୧୩ର ପ୍ରତିଯୋଗୀ ସାଜିଥିବା ଅଭିନେତା ପାରସ୍ ଛାବ୍ରା ଏବେ ଖୁବ୍ ଚର୍ଚ୍ଚାରେ । ସେ ନିଜର ୨୫ କିଲୋ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପୂର୍ବରୁ ତାଙ୍କର ଓଜନ ୧୨୫କିଲୋ ଥିବା ବେଳେ ଏବେ ତାଙ୍କ ଓଜନ ହ୍ରାସ ପାଇ ୧୦୦ କିଲୋ ରହିଛି । ସେ ନିଜେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପାରସ୍ ସେୟାର କରିଥିବା ଫଟୋରେ ଦେଖିବାକୁ ମିଳିିଛି ଯେ, ତାଙ୍କର ଓଜନ ଅଧିକ ଥିବା ସମୟର ଓ କମ ହେବା ପରର ଫଟୋ ରହିଛି । ଆଉ ସେଥିରେ ଲେଖିଛନ୍ତି ‘୧୨୫ରୁ ୧୦୦ କିଲୋଗ୍ରାମ । ଏନେଇ ମୋର କେତେ ସୁନ୍ଦର ଯାତ୍ରା ଥିଲା । ଏବେ ମୁଁ ଏଠାରେ ପହଞ୍ଚିଛି । ମୁଁ ପରିବର୍ତ୍ତନର ଅଧା ବାଟରେ । ଆଗକୁ ଆହୁରି ଅଧିକ ପରିଶ୍ରମ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ କରିବି ।

ଅନେକ ଧାରାବାହିକରେ ଅଭିନୟ କରି ପାରସ୍ ଘରେ ଘରେ ପରିଚିତ ହୋଇପାରିଛନ୍ତି । ବିଗ୍ ବସ୍‌-୧୩ରେ ନଜର ଆସିବା ପରେ ପାରସଙ୍କ ଲୋକପ୍ରିୟତା ଆହୁର ବଢ଼ିଥିଲା । ଏହି ସୋ’ରେ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିିଥିଲା । ହେଲେ ବିଗ୍‌ବସ ଘରୁ ବାହାରିବାର ୩ବର୍ଷ ପରେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା ।

Comments are closed.