Latest Odisha News

ଶିମିଳିପାଳରେ ବିରଳ ବାଘ, କାହିଁକି ଏହାର ରଙ୍ଗ କଳା ?

ଶିମିଳିପାଳ: ସୋସିଆଲ ମିଡିଆରେ ଏକ ବିରଳ ବାଘର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିରଳ ଅନ୍ୟ ବାଘଙ୍କ ଅପେକ୍ଷା ଭିନ୍ନ। କାରଣ ଏହି ବାଘରେ ରହିଛି ଅଧିକ ମେଲାନିନ। ଜଙ୍ଗଲରେ ରହୁଥିବା ବାଘଙ୍କର ଚେହେରା ଅପେକ୍ଷା ଏହା କଳା ରଙ୍ଗର। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ମନୋଜ ପାଣ୍ଡେ ଟ୍ବିଟରରେ ପୋଷ୍ଟ କରିଛନ୍ତି।

ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏହି କଳା ରଙ୍ଗର ବାଘଟିର ଗତିବିଧି କ୍ୟାମେରାରେ କଏଦ ହୋଇଛି। ବାଘଟି ଗଛ ଚଢିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅନ୍ୟତ୍ର ପଳାଇ ଯାଉଥିବା ଦେଖିବାକୁ ମିଳିିଛି। ଯାହାକୁ ଆଉ କ୍ୟାମେରାରର ଲେନ୍ସରେ କଏଦ ହୋଇପାରୁନି। ଜେନେଟିକ୍ ମ୍ୟୁଟେସନ୍ ଯୋଗୁଁ ଏହି ବାଘର ରଙ୍ଗା କଳା ବୋଲି ଜଣାପଡ଼ିଛି।

‘ଏକ୍ସ’ ୟୁଜର୍ସ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ୭୦ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୨୦୦୦ରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ୨୮୧ ଜଣ ରିଟ୍ୱିଟ୍ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟ ସରକାରଙ୍କ ଏକ ରିପୋର୍ଟରୁ ଜଣାପଡ଼ିଥିଲା ଓଡିଶାରେ କମୁଛି ବାଘଙ୍କ ସଂଖ୍ୟା। ହେଲେ ଏବେ ଯେଉଁ ନୂଆ ପ୍ରଜାତିର ବାଘ ଚିହ୍ନଟ ହୋଇଛି ତାହା ବନ ଅଧିକାରୀଙ୍କ ପାଇଁ ଏକ ଭଲ ଖବର।

Comments are closed.