Latest Odisha News

BREAKING NEWS

ବୁମରାହଙ୍କୁ କାହିଁକି କ୍ଷମା ମାଗିଲେ ସୁପରଷ୍ଟାର ରାମ ଚରଣ

ନୂଆଦିଲ୍ଲୀ: ଦକ୍ଷିଣ ସୁପରଷ୍ଟାର ରାମ ଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର “ପେଡ୍ଡି” ପାଇଁ ଚର୍ଚ୍ଚାରେ ଅଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଭାରତୀୟ କ୍ରିକେଟର ଜସପ୍ରିତ ବୁମରାହଙ୍କୁ ଫୁଟବଲର ବୋଲି କହିଥିଲେ। ଯାହା ଫଳରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏପରିକି ମିମ୍ସ ମଧ୍ୟ ଭାଇରାଲ ହୋଇଥିଲା।

ବଢ଼ୁଥିବା ବିବାଦ ପରେ ସେ ଜସପ୍ରିତ ବୁମରାହଙ୍କୁ କ୍ଷମା ମାଗିଥିଲେ। ଜାଣନ୍ତୁ ଏକ ଇଭେଣ୍ଟରେ ସେ କ’ଣ କହିଥିଲେ…

ଏକ ଇଭେଣ୍ଟରେ ସେ ଭୋପାଳର ଲୋକମାନଙ୍କୁ ବିହାରୀ ବୋଲି କହିଥିଲେ। ରାମ ଚରଣଙ୍କ ଏହି ଦୁଇଟି ଭୁଲ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଥିଲା। ୟୁଜର୍ସ ମାନେ ଅଭିନେତାଙ୍କୁ ଥଟ୍ଟା କରିବା ସହ ଅନେକ ମିମ୍ସ ତିଆରି କରିବା ଆରମ୍ଭ କରିଥିଲେ। ପ୍ରଶଂସକମାନେ ଭାବୁଥିଲେ ଯେ ରାମ ଚରଣଙ୍କ ସହିତ କ’ଣ ହୋଇଛି। ପରେ ଯେତେବେଳେ ଅଭିନେତା ତାଙ୍କର ଭୁଲ ବୁଝିପାରିଲେ ସେ ଜସପ୍ରିତ ବୁମରାହଙ୍କୁ କ୍ଷମା ମାଗିଥିଲେ।

 

Comments are closed.