Latest Odisha News

BREAKING NEWS

ଅନଲାଇନରେ ମଦ ମଗାଇ ଠକାମିରେ ପଡିଲେ ଶାବନା

ମୁମ୍ବାଇ:ଅନଲାଇନାରେ ମଦ ମଗାଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶାବନା ଆଜମୀ । ସେ ଅନଲାଇନରେ ମଦ ମଗାଇବା ସହ ପେଟିଏମରେ ଅର୍ଥ ପୈଠ କରିଥିଲେ । ତେବେ ମଦ ତାଙ୍କ ପାଖରେ ପଂହଚି ନ ଥିଲା । ସେ ଏ ନେଇ ଟୁଇଟରରେ ଉଲ୍ଲେଖ କରିବା ପରେ ଏହି ଘଟଣା ସର୍ବ ସମ୍ମୁଖକୁ ଆସିଥିଲା ।

ଲିଭିଂ ଲିକ୍ୱିଡ ନାମକ କମ୍ପାନୀକୁ ସେ ଅର୍ଡର ଦେଇଥିଲେ । ତେବେ କେତେକ ଠକ ଏହି କମ୍ପାନୀ ନାମରେ ମୁମ୍ବାଇରେ ଲୋକଙ୍କୁ ଠକି ଆସୁଛନ୍ତି । ଶାବନା ଯେଉଁ ଆକାଂଉଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ ତାହାର ଡାଟା ମଧ୍ୟ ଟୁଇଟରେ ଶେୟାର କରିଛନ୍ତି । ମୁମ୍ବାଇ ପୋଲିସକୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କହିଛନ୍ତି ।

Comments are closed.