ମୁମ୍ବାଇ: ସାଧାରଣତଃ ବଲିଉଡ୍ର ସେଲିବ୍ରିଟିମାନେ ଯେଉଁଆଡ଼େ ଯାଆନ୍ତି, ଫଟୋଗ୍ରାଫରମାନେ ତାଙ୍କ ପଛରେ ପଡ଼ିଯାନ୍ତି । ସେମାନେ ଖୁସିର ସହ ଫଟୋଗ୍ରାଫରଙ୍କୁ ବିଭିନ୍ନ ପୋଜ ଦେଇଥାନ୍ତି । ବେଳେ ବେଳେ ଆଉ କିଛି ସେଲିବ୍ରିଟି ଫଟୋ ପୋଜ ଦେବା ପାଇଁ ଅସନ୍ତୋଷ ପ୍ରକାଶ କରିଥାନ୍ତି । ନିକଟରେ ମୁମ୍ବାଇରେ ବଲିଉଡ଼ ଅଭିନେତା ଶାହିଦ କପୁର ଫଟେଗ୍ରାଫରଙ୍କ ଉପରେ ରାଗୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଶାହିଦ ତାଙ୍କ ସ୍ତ୍ରୀ ମୀରା ରାଜପୁତ ଏବଂ ଶାଶୁଙ୍କ ସହ ନଜର ଆସିଥିଲେ । ଶାହିଦ୍ ନିଜ କାର ପାଖକୁ ଯିବା ପୂର୍ବରୁ ପଛକୁ ବୁଲି ଫଟୋଗ୍ରାଫରଙ୍କ ଉପରେ ରାଗୁଛନ୍ତି । ଶାହିଦ୍… ଶାହିଦ୍… କହି ଚିତ୍କାର କରୁଥିବାରୁ କାହିଁକି ଏତେ ଜୋରରେ ଚିତ୍କାର କରୁଛ ବୋଲି କହୁଛନ୍ତି । ତୁମେ କାହିଁକି ପାଟି କରୁଛ, ଏହାର କାରଣ କ’ଣ ? ମୁଁ ଏଠାରେ ଠିଆ ହୋଇଛି । ତୁମେ ପାଗଳ ପରି ଚିତ୍କାର କରୁଛ? ଆରାମ କର । ଯେତେବେଳେ ମୁଁ କାରରେ ବସି ଚାଲିଯିବି ସେତେବେଳେ ପାଟି କରିବ । ଏବେ ଶାନ୍ତ ରୁହ ।” ଶାହିଦ୍ ଏଭଳି କହୁଥିବାର ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।
Comments are closed.