Latest Odisha News

BREAKING NEWS

ସୁସ୍ଥ ହେଲେ ଶ୍ରେୟସ୍ : ଇମୋସନାଲ ପୋଷ୍ଟ ସେୟାର କରି ଏପରି କହିଲେ ପତ୍ନୀ ଦୀପ୍ତି

ମୁମ୍ବାଇ : ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ  । କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିବା ଖବର ଶୁଣିବାକୁ ମିଳିଥିଲା  । ଯାହା ଫ୍ୟାନ୍ସ ମାନଙ୍କୁ ବେଶ୍ ନିରାଶ କରିଥିଲା । ଗତ ଗୁରୁବାର ଦିନ ଶ୍ରେୟସ୍ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ  । ସେତେବେଳେ ସେ ସୁସ୍ଥ ଅନୁଭବ କରୁଥିଲେ  । ମାତ୍ର ସୁଟିଂ ସରିବା ପରେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା  । ତାଙ୍କୁ  ମୁମ୍ବାଇ ସ୍ଥିତ ବେଲଭିଉ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ପ୍ରଶଂସକଙ୍କ ପାଇଁ ଏକ ଗୁଡ ନ୍ୟୁଜ୍ ରହିଛି  ।

ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଶ୍ରେୟସ । ଦୀର୍ଘ ୬ ଦିନ ପରେ ଘରକୁ ଫେରିଥିବାରୁ ବେଶ୍ ଖୁସିବ୍ୟକ୍ତ କରିଛନ୍ତି ଶ୍ରେୟସଙ୍କ ପତ୍ନୀ ଦୀପ୍ତି ତଲପଡେ । ଆଉ କହିଛନ୍ତି ମୋ ଜୀବନ , ମୋ ଶ୍ରେୟସ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  । ଯେଉଁଦିନ ଏହି ଅଘଟଣ ଘଟିଲା  । ମୁଁ ସେଦିନ ଶ୍ରେୟସ୍ ଙ୍କ ସହ ଉପସ୍ଥିତ ଥିଲି  । ସେହି ସନ୍ଧ୍ୟାରେ ମୋତେ ସାହାର୍ଯ୍ୟ କରିଥିବା ସମସ୍ତଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଦେଉଛି  । ସେ ହସ୍ପିଟାଲର କର୍ମକର୍ତ୍ତା ଏବଂ ଡାକ୍ତରୀ ଟିମ୍ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି  ।

Leave A Reply

Your email address will not be published.