Latest Odisha News

ପୁଣି ମାନବିକତା ଦେଖାଇଲେ ସୋନୁ: ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା ସହ ଯୋଗାଇଦେଲେ ଆର୍ଥିକ ସହାୟତା

ମୁମ୍ବାଇ: ପୁଣି ମାନବିକତା ଦେଖାଇଛନ୍ତି ରିୟଲ ଲାଇଫ ହିରୋ ସୋନୁ ସୁଦ। ଲକଡାଉନରେ ପ୍ରବସୀଙ୍କ ପାଇଁ ହିରୋ ସାଜିଥିବା ସୋନୁ ଏବେବି ଜାରି ରଖିଛନ୍ତି ନିଜ କାମ । ଏହାପୂର୍ବରୁ ଜଣେ ଚାଷୀକୁ ସୋନୁ ଟ୍ରାକ୍ଟର ଉପହାରରେ ଦେଇଥିବା ବେଳେ ପୁଣି ଆଉ ଜଣେ ଅସହାୟଙ୍କୁ ସହାୟତା ଯୋଗାଇ ଚର୍ଚ୍ଚାରେ ଏହି ଅଭିନେତା ।

ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି ସୋନୁ ସୁଦ। ଆଣ୍ଠୁ ପ୍ରତିରୋପଣ ପାଇଁ ସାହାଯ୍ୟ ଆବଶ୍ୟକତା ରହିଥିବା ଯୁବତୀଜଣଙ୍କ ଟୁଇଟ୍ କରି ଜଣାଇଥିଲେ। ଏହାପରେ ସୋନୁ ତାଙ୍କୁ ସାହାଯ୍ୟ କରିଥିବା ଜଣା ପଡ଼ିଛି। ଏହି ଯୁବତୀଙ୍କ ବାପା ଜଣେ ମନ୍ଦିର ପୂଜକ ଅଟନ୍ତି । ଘରର ଆର୍ଥିକସ୍ଥିତି ଖରାପ ଥିବାରୁ ଚିକିତ୍ସା ହୋଇ ପାରୁନଥିଲା । ଚିକିତ୍ସା ଅଭାବରୁ ସବୁଦିନ ପାଇଁ ଶଯ୍ୟାଶାୟୀ ହୋଇ ରହିବାକୁ ଚାହୁନାହିଁ ବୋଲି ଲେଖି ଯୁବତୀଜଣଙ୍କ ଟୁଇଟ୍ କରିଥିଲେ । ଯୁବତୀଙ୍କ ଟୁଇଟର ଯବାବ ରଖି ସୋନୁ ଲେଖିଥିଲେ ଯେ, “ଡାକ୍ତରଙ୍କ ସହ କଥା ହୋଇଛି। ଡାକ୍ତରଖାନାକୁ ଆସିବା ପାଇଁ ମଧ୍ୟ ସମସ୍ତ ସୁବିଧା କରିଛି। ଆସନ୍ତା ସପ୍ତାହରେ ତୁମର ସର୍ଜରୀ ହେବ। ଶୀଘ୍ର ସୁସ୍ଥ ହୁଅ। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ”। ବର୍ତ୍ତମାନ ଯୁବତୀଙ୍କ ସର୍ଜରୀ ଶେଷ ହୋଇଥିବା ବେଳେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି।

Leave A Reply

Your email address will not be published.