Latest Odisha News

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ୪୦ ହଜାର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ସୁସ୍ଥ ବି ହେଉଛନ୍ତି ଆକ୍ରାନ୍ତ । ସରକାରଙ୍କ ଫୋକସରେ ଏବେ କିଭଳି ଅଧିକ ଟେଷ୍ଟ କରାଯିବ । ଗତ ୨୪ ଘଣ୍ଟାରେ ରେକର୍ଡ ୪୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ଲଗାତାର ଚାରି ଦିନ ହେବ ରାଜ୍ୟରେ ପ୍ରତିଦିନ ବଢ଼ି ଚାଲିଛି ଟେଷ୍ଟିଂ । ପୂର୍ବରୁ ଦୈନିକ ୧୫ ହଜାର କୋଭିଡ୍ ଟେଷ୍ଟ କରାଯାଉଥିଲା । ଚଳିତ ସପ୍ତାହରେ ୨୩ ହଜାରକୁ ବୃଦ୍ଧି ହୋଇଥିଲା । ଦିନେ ତଳେ ୩୨ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା ।

ଆଗକୁ ଦୈନିକ ୫୦ ହଜାର ଚେଷ୍ଟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ବର୍ତ୍ତମାନ ରାଜ୍ୟରେ ପାଖାପାଖି ୮ ଲକ୍ଷ ଲୋକଙ୍କର କୋଭିଡ୍ ଟେଷ୍ଟ କରାଯାଇଛି ।

ଗତକାଲି କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଟେଷ୍ଟିଂ ଉପରେ ଫୋକସ କରିଥିଲେ ମୁଖ୍ୟମନ୍ତ୍ରୀ । ଲକ୍ଷଣ ଥିଲେ ସ୍ୱେଚ୍ଛାକୃତ ଭାବରେ ଟେଷ୍ଟ କରାଇବା ପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.